ପାକିସ୍ତାନ ପାଇଁ ବର୍ତ୍ତମାନ ବି Semi-Fainal ରେ ପ୍ରବେଶ କରିବାର ରହିଛି ସୁଯୋଗ, ଜାଣନ୍ତୁ କିପରି ?

 

କ୍ରିକେଟ ଖବର : ରବିବାର ଦିନ ଟି -20 ବିଶ୍ୱକପ୍‌ର ସୁପର 12 ପର୍ଯ୍ୟାୟର ଗ୍ରୁପ୍‌ 2 ରେ ସେମିଫାଇନାଲକୁ ଯିବା ପାଇଁ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ପାକିସ୍ତାନ ଦଳ ନେଦରଲ୍ୟାଣ୍ଡକୁ ହରାଇଥିଲା ଏବଂ ଦକ୍ଷିଣ ଆଫ୍ରିକା ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା। ତିନୋଟି ମ୍ୟାଚ୍ ଖେଳି ଦକ୍ଷିଣ ଆଫ୍ରିକା 5 ପଏଣ୍ଟ ସହ ଗ୍ରୁପ୍ -2 ର ଶୀର୍ଷରେ ଅଛି ଏବଂ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। 

ଭାରତ ର 4 ପଏଣ୍ଟ ରହିଛି। ଅନ୍ୟପକ୍ଷରେ ଭାରତ ଏବଂ ଜିମ୍ବାୱେ ବିପକ୍ଷରେ ହାରି ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ପାଇଁ ସେମିଫାଇନାଲ ଟିକଟ ବର୍ତ୍ତମାନ କଷ୍ଟକର ହୋଇଛି। ତେବେ ବର୍ତ୍ତମାନ ବି ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ଆସନ୍ତୁ ଜାଣିବା କିପରି...

ଦକ୍ଷିଣ ଆଫ୍ରିକା ବର୍ତ୍ତମାନ 3 ଟି ମ୍ୟାଚରୁ 5 ପଏଣ୍ଟ ପାଇଥିବାବେଳେ ଭାରତ ଏବଂ ବାଂଲାଦେଶ ପ୍ରତ୍ୟେକ 4 ପଏଣ୍ଟ ପାଇଛନ୍ତି।  ଜିମ୍ବାୱେର 3 ପଏଣ୍ଟ ଥିବାବେଳେ ପାକିସ୍ତାନ 2 ପଏଣ୍ଟ ପାଇଛି। ତେବେ ଏହା ଦେଖିବା ଜରୁରୀ ଯେ ଭାରତର ନେଟ୍ ରନ୍ ହାର +0.844 ରହିଛି ଯାହା ସେମାନଙ୍କୁ ବାଂଲାଦେଶ ଉପରେ ଜିତିବାର ଜୋସ ଯୋଗାଇବ। କାରଣ ବୁଧବାର ଭାରତ ଏବଂ ବାଂଲାଦେଶ ପରସ୍ପର ବିପକ୍ଷରେ ଖେଳିବେ ଏବଂ ଏହି ମ୍ୟାଚ ସ୍ଥିର କରିବ ଯେ କେଉଁ ଦଳ ସେମିଫାଇନାଲ ଖେଳିବା ପାଇଁ ଉତିଣ୍ଣ ହେବ। 

ଦକ୍ଷିଣ ଆଫ୍ରିକାର ନେଟ୍ ରନ୍ ହାର +2.772 ରହିଛି ଏବଂ ଗ୍ରୁପ୍ 2 ରୁ ସେମିଫାଇନାଲ୍ ପାଇଁ ଯୋଗ୍ୟତା ହାସଲ ଏକପ୍ରକାର ସେ କରିସାରିଛି। ଆଉ ଦଳ ଅଙ୍କ ତାଲିକାର ଶୀର୍ଷରେ ବି ଅଛି। ପାକିସ୍ତାନ ବିଷୟରେ କହିବାକୁ ଗଲେ ସେମାନଙ୍କୁ ପ୍ରଥମେ ଦକ୍ଷିଣ ଆଫ୍ରିକା ଏବଂ ପରେ ବାଂଲାଦେଶ ଠାରୁ ଜିତିବେ ତେବେ ସେମିଫାଇନାଲ ଖେଳି ପାରିବେ।

ଯଦି ପାକିସ୍ତାନ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶକୁ ପରାସ୍ତ କରେ ତେବେ 6 ପଏଣ୍ଟ ପାଇବ ଏବଂ ତା’ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ବାକି ମ୍ୟାଚଗୁଡିକର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। କାରଣ ବାଂଲାଦେଶ ବିପକ୍ଷରେ ଜିମ୍ବାୱେର ପରାଜୟ ସେମାନଙ୍କୁ ବେକ ଫୁଟକୁ ପଠାଇଛି ଏବଂ ବାବରଙ୍କ ଦଳ ସେମିଫାଇନାଲରେ ପ୍ରବେଶ କରିବା ଭଳି ଲାଗୁନାହିଁ। ପାକିସ୍ତାନର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷରେ ହେବ।