PAK vs ZiM: ଜିମ୍ବାୱେଠୁ ପରାଜୟ ସହି ପାରୁନାହାନ୍ତି ଶୋଏବ ଅଖତର, କହିଲେ "ଆର ସପ୍ତାହରେ ଭାରତ ମଧ୍ୟ ବାହାରିଯିବ"

 

କ୍ରିକେଟ ଖବର : ଗୁରୁବାର ଦିନ ଆଇସିସି ଟି -20 ବିଶ୍ୱକପ 2022 ରେ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ଏକ ରନରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଯୋଗୁଁ ପାକିସ୍ତାନର ସମସ୍ତ ପୂର୍ବତନ କ୍ରିକେଟରମାନେ ଚୟନକମିଟି ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ରମିଜ ରାଜାଙ୍କୁ ଟାର୍ଗେଟ କରିଛନ୍ତି।

କିନ୍ତୁ ପାକର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏହି ଦୁଇଜଣଙ୍କ ବ୍ୟତୀତ ଭାରତୀୟ ଦଳକୁ ଉପରେ ବି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଜିମ୍ବାୱେ ବିପକ୍ଷରେ ପାକିସ୍ତାନର ପରାଜୟ ସେମାନଙ୍କ ପାଇଁ ଆଇସିସି ଟି -20 ବିଶ୍ୱକପ 2022 ସେମିଫାଇନାଲରେ ପ୍ରବେଶ କରିବାର ବାଟକୁ କଷ୍ଟ କରିଛି।

ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, 'ମୁଁ କହିସାରିଛି ଯେ ଏହି ସପ୍ତାହରେ ପାକିସ୍ତାନ ବିଶ୍ୱକପରୁ ଫେରିବ ଏବଂ ଆସନ୍ତା ସପ୍ତାହରେ ସେମିଫାଇନାଲ ଖେଳିବାରୁ ବଂଚିତ ହେବ ଭାରତ। ସେମାନେ କୌଣସି ତିସ୍ ମାର୍ ଖାନ୍ ନୁହଁନ୍ତି।

ଦେଖନ୍ତୁ ଭିଡ଼ିଓ: