ପାକିସ୍ତାନ ହାରିଲା ଶ୍ରୀଲଙ୍କା ଠାରୁ ମାତ୍ର ଫାଇଦା ହେଲା ଭାରତର, ପଢନ୍ତୁ ଏହି ବିଶେଷ ରିପୋର୍ଟ

 

କ୍ରିକେଟ୍ ଖବର : ବିଶ୍ୱ ଟେଷ୍ଟ ଚମ୍ପିୟାନ (WTC) ପଏଣ୍ଟ ଟେବୁଲରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ସହିତ ପ୍ରଥମ ମ୍ୟାଚ୍ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ପାକିସ୍ତାନ ଦଳ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ବାବରଙ୍କ ଦଳ ମଧ୍ୟ ଏଠାରୁ ଟେବୁଲରେ ଟପ୍-୨ରେ ପହଞ୍ଚିବାର ସୁଯୋଗ ପାଇଥିଲା। କିନ୍ତୁ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟ ପରେ ପାକିସ୍ତାନ ଦଳ ଟେବୁଲରେ ପଞ୍ଚମ ସ୍ଥାନରେ ପହଞ୍ଚିଛି। ଯେଉଁଠାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ନିକଟରେ ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଟେଷ୍ଟରେ ଭାରତୀୟ ଦଳ ହାରି ଯାଇଥିଲା। ଯାହା ପରେ ଭାରତ ପାକିସ୍ତାନ ପଛରେ ଥିଲା, କିନ୍ତୁ ବର୍ତ୍ତମାନ ପୁଣି ଭାରତ ନିଜର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ WTC ପଏଣ୍ଟ ଟେବୁଲରେ ପଛରେ ପକାଇଛି। ଆଉ ଏହି କାର୍ଯ୍ୟକୁ ଶ୍ରୀଲଙ୍କା ଦଳ ପରୋକ୍ଷରେ ଟିମ୍ ଇଣ୍ଡିଆକୁ ସାହାଯ୍ୟ କରିଛି। 

ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଏହି ବିଜୟ ସହ ଟେବୁଲରେ ତିନି ନମ୍ବରରେ ପହଞ୍ଚିଛି।  ପାକିସ୍ତାନ ବିପକ୍ଷ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ମଧ୍ୟ ଡ୍ର କରିଥିଲା।

WTC ଟେବୁଲ ବିଷୟରେ କହିବାକୁ ଗଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପାର୍ଥକ୍ୟ ଅଧିକ ନୁହେଁ। ଟିମ୍ ଇଣ୍ଡିଆ ବର୍ତ୍ତମାନ 52.08 ବିଜୟ ପ୍ରତିଶତ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛି। ଏଥି ସହିତ ପାକିସ୍ତାନର ଦଳ 51.85 ବିଜୟ ପ୍ରତିଶତ ପଏଣ୍ଟ ସହିତ ଟେବୁଲର ପଞ୍ଚମ ସ୍ଥାନକୁ ଖସି ଆସିଛି। ଦକ୍ଷିଣ ଆଫ୍ରିକାର ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଯାହାର ବିଜୟ 71.43 ପ୍ରତିଶତ ରହିଛି। 70 ପ୍ରତିଶତ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି।