ଦେଖନ୍ତୁ ଭିଡ଼ିଓ: ହାରିଲା ପାକିସ୍ତାନ, କିନ୍ତୁ ନିଜର ଖେଳ ଭାବନାରେ ସଭିଙ୍କ ହୃଦୟ ଜିଣିଲେ ଫଖର ଜମାନ

 
Fakhar Zaman decides to walk off in India vs Pakistan Asia Cup match

କ୍ରିକେଟ୍ ଖବର : ଗତକାଲିର ମ୍ୟାଚରେ ପାକିସ୍ତାନ ଦଳର ବ୍ୟାଟ୍ସମ୍ୟାନ ଫଖର୍ ଜମାନ୍ ନିଜର ଖେଳ ଭାବନା କାରଣରୁ ସଭିଙ୍କ ହୃଦୟ ଜିଣିଛନ୍ତି। ସେ ମ୍ୟାଚରେ ଭଲ ଖେଳି ନଥିଲେ ସତ, କିନ୍ତୁ ନିଜର ଖେଳ ଅଭିଜ୍ଞତା ଆଉ ବିଶ୍ୱାସନୀୟତା ଯୋଗୁ ଆଜି ସେ ସୋସିଆଲ ମିଡ଼ିଆରେ ଖେଳି ଯାଇଛନ୍ତି। ସୋସିଆଲ ମିଡ଼ିଆରେ ୟୁଜର୍ ମାନେ ବର୍ତ୍ତମାନ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି। 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ୍ 2022 ମ୍ୟାଚ୍ ରେ ତାଙ୍କର ଅଙ୍ଗଭଙ୍ଗୀ ନିଶ୍ଚିତ ଭାବରେ ଅନେକଙ୍କ ହୃଦୟ ଜିତିଛି। ପାୱାରପ୍ଲେ ଓଭର ପରେ ପାକିସ୍ତାନ ଦଳ 43/2 ରେ ରହିଥିଲା। ଆଉ ଏହି ବାମହାତୀ ଖେଳାଳି 6 ଟି ବଲରୁ ମାତ୍ର 10 ରନ୍ କରି ଆଉଟ୍ ହୋଇ ଯାଇଥିଲେ।

ind vs pak indian team

ଷଷ୍ଠ ଓଭରର ଦ୍ୱିତୀୟ ଶେଷ ବଲରେ ତାଙ୍କୁ ଆଭେଶ ଖାନ ଆଉଟ୍ କରିଥିଲେ। କିନ୍ତୁ ଏହି ଆଉଟ୍ ବିଷୟରେ ନିଜେ ବୋଲର୍ ଆଭେଶ ଖାନ ଏବଂ କିପର୍ ଦିନେଶ କାର୍ତ୍ତିକ ବି ଜାଣି ନଥିଲେ। ଫଖର ପଏଣ୍ଟ ଫିଲ୍ଡର ଉପରେ ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲଟି ବ୍ୟାଟରେ ସ୍ୱଳ୍ପ ଧାରରେ ବାଜିଥିଲା ଆଉ କିପର୍ କାର୍ତ୍ତିକଙ୍କ ହାତକୁ ସିଧା ବଲ୍ ଯାଇଥିଲା। ଯାହାର ଶବ୍ଦ କେବଳ ନିଜେ ଫଖର୍ ଜମାନ୍ ଶୁଣିଥିଲେ। 

ବଲଟି ବ୍ୟାଟକୁ ସ୍ପର୍ଶ ହେବାର ଶବ୍ଦ କିପର୍ କାର୍ତ୍ତିକ, ଅମ୍ପାୟାର ଏବଂ ବୋଲର୍ ଆଭେଶ ଖାନ୍ ବି ଶୁଣିନଥିଲେ। କିନ୍ତୁ ଫଖର୍ ଜମାନ୍ ଏହା ଶୁଣିଥିଲେ ଆଉ ନିଜେ ଖେଳରୁ ଓହରି ଯାଇଥିଲେ। ତେବେ, ଉଲ୍ଲେଖନୀୟ ବିଷୟ ହେଉଛି ଫଖରଙ୍କ ଦ୍ୱାରା ପ୍ରଦର୍ଶିତ ଖେଳ ଭାବନା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। 

ଫଖର ଡ୍ରେସିଂ ରୁମକୁ ଫେରିବାବେଳେ ତାଙ୍କ ଅଙ୍ଗଭଙ୍ଗୀ ଉଭୟ ଭାରତୀୟ ଫିଲ୍ଡର ତଥା ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କୁ ଚକିତ କରି ଦେଇଥିଲା।  ଆଭେଶ ଏବଂ କାର୍ତ୍ତିକ ସୂଚାଇ ଦେଇଛନ୍ତି ଯେ ସେମାନେ କୌଣସି ଶବ୍ଦ ଶୁଣି ନାହାଁନ୍ତି, ବ୍ୟାଟ୍ସମ୍ୟାନଙ୍କ ନିର୍ଦ୍ଦେଶରେ ବାବର ସମ୍ପୂର୍ଣ୍ଣ ନିରବ ରହିଥିଲେ।

ଦେଖନ୍ତୁ ଭିଡ଼ିଓ :