ମହେଲା ଜୟବର୍ଦ୍ଧନ ଚୟନ କଲେ TOP 5 T20 ଖେଳାଳି, ଏହି ଲିଷ୍ଟ ରେ ପାକିସ୍ତାନର 2 ଜଣ ଏବଂ ଭାରତର ଜଣେ ଖେଳାଳି ସାମିଲ

 

କ୍ରିକେଟ ଖବର : ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ମହେଲା ଜୟବର୍ଦ୍ଧନ ନିଜର ଡ୍ରିମ ଟି20 ଇଲେଭେନ ଚୟନ କରିଛନ୍ତି। ଏହା ପୂର୍ବରୁ ସେ 5 ଜଣ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି ।

ଜସପ୍ରିତ ବୁମରାଙ୍କୁ ସେ ଏହି ତାଲିକାରେ ସ୍ଥାନ ଦେଇଥିବା ବେଳେ, ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ଏହି ତାଲିକାରେ ସ୍ଥାନ ମିଳିନି। ଏହା ବ୍ୟତୀତ ଜୟବର୍ଦ୍ଧନ ଆଫଗାନିସ୍ତାନ ଓ ଇଂଲଣ୍ଡର ଜଣେ ଲେଖାଏଁ ଖେଳାଳିଙ୍କୁ ସାମିଲ କରିଛନ୍ତି। ଏଥି ସହିତ ପାକିସ୍ତାନରୁ ମଧ୍ୟ 2 ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି ଜୟବର୍ଦ୍ଧନ।

ଆଇସିସି ହଲ ଅଫ ଫେମ୍ର ସଦସ୍ୟ ଜୟବର୍ଦ୍ଧନ ଦ ଆଇସିସି ରିଭ୍ୟୁର ଲାଟେଷ୍ଟ ଏପିସୋଡ଼ରେ ଆଲୋଚନା ନିଜର ଟି-20 ଇଲେଭେନର ପ୍ରଥମ 5 ଜଣ ଖେଳାଳିଙ୍କ ବିଷୟରେ କହିଛନ୍ତି । ସେହି 5 ଜଣ ଖେଳାଳି ହେଲେ ରଶିଦ ଖାନ, ଶାହିନ ଆଫ୍ରିଦି, ଜସପ୍ରିତ ବୁମରାହ, ଜୋସ ବଟଲର ଓ ମହମ୍ମଦ ରିଜୱାନ । ଏହି ଖେଳାଳିମାନଙ୍କ ବର୍ତ୍ତମାନର ଫର୍ମକୁ ଦେଖି ମହେଲା ଜୟବର୍ଦ୍ଧନ ତାଙ୍କ ତାଲିକାରେ ସ୍ଥାନ ଦେଇଛନ୍ତି। 

ଏହି ପୂର୍ବତନ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ କହିଛନ୍ତି, “ମୋ ପାଇଁ ଟି -20 କ୍ରିକେଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ବୋଲର୍। ରସିଦ ଖାନ ଜଣେ ସଠିକ ସ୍ପିନର ଯିଏ ବ୍ୟାଟିଂ କରିପାରିବେ ଆଉ ବୋଲିଂ ବି ବହୁତ ଚମତ୍କାର ଢଙ୍ଗରେ କରି ପାରିବେ। ରସିଦ୍ ମଧ୍ୟ ଇନିଂସର ବିଭିନ୍ନ ପର୍ଯ୍ୟାୟରେ ବୋଲିଂ କରିପାରନ୍ତି ଯେପରିକି ପାୱାର୍ ପ୍ଲେ, ମିଡିଲ୍ ଓଭର ଏବଂ ଶେଷ ଓଭର। ତେଣୁ ରସିଦ୍ ମୋର ପ୍ରଥମ ପସନ୍ଦ।

ସେ ଆହୁରି କହିଛନ୍ତି, “ମୁଁ ବୋଧହୁଏ ଜୋସ୍ ବଟଲରଙ୍କ ସହ ବ୍ୟାଟିଂ ଆରମ୍ଭ କରିବି। ସେ ଜଣେ ଅତ୍ୟନ୍ତ ଆକ୍ରମଣାତ୍ମକ ଖେଳାଳୀ ଏବଂ ସେ ଉଭୟ ଗତିରେ ବହୁତ ଭଲ ସ୍ପିନ୍ କରନ୍ତି। ଆରମ୍ଭରୁ ବଟଲର ଆଇପିଏଲରେ ଭୟଙ୍କର ଫର୍ମରେ ରହିଛନ୍ତି ଏବଂ ଗତ ବର୍ଷ ଟି -20 ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଯେଉଁଠାରେ ସେ ୟୁଏଇରେ କଠିନ ପରିସ୍ଥିତିରେ ଭଲ ଖେଳିଥିଲେ।