IND vs PAK: ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି, ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ବିଜୟର ହେଲେ ହିରୋ, ପାକିସ୍ତାନ ପାଇଁ କାଳ ସାଜିଥିଲା

 
bhuvneswar kumar vs pak

କ୍ରିକେଟ୍ ଖବର : ଯଦିଓ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ଦ୍ଵିତୀୟ ମ୍ୟାଚରେ ବିଜୟର ଦ୍ୱାର ଦେଶରେ ନେଇଥିଲେ, କିନ୍ତୁ ଅନ୍ୟଜଣେ ଖେଳାଳିଙ୍କ ବିନା ଏହା ଆଦୌ ସମ୍ଭବ ହୋଇନଥାନ୍ତା। ଆଉ ଆଜି ଆମେ ଏହି ଆର୍ଟିକାଲରେ ଜାଣିବା ସେହି ଖେଳାଳିଙ୍କ ବିଷୟରେ..

ind vs pak indian team

ବାସ୍ତବରେ ରବିବାର ଦିନ ଏସିଆ କପରେ ଦ୍ଵିତୀୟ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ପ୍ରଥମେ ଖେଳି ପାକିସ୍ତାନ 147 ରନ୍ ସଂଗ୍ରହ କରିଥିଲା।  ଏହାର ଜବାବରେ ଟିମ୍ ଇଣ୍ଡିଆ ଶେଷ ଓଭରରେ ପର୍ଯ୍ୟନ୍ତ 5 ୱିକେଟ୍ ହରାଇ ଟାର୍ଗେଟକୁ ହାସଲ କରି ନେଇଥିଲା।

ପାକିସ୍ତାନକୁ ଧ୍ୱଂସ କରିଦେଲେ ଏହି ଖେଳାଳି :

ପ୍ରଥମେ ବୋଲିଂ କରି ହାର୍ଦ୍ଦିକ ପାଣ୍ଡ୍ୟା 3 ୱିକେଟ୍ ନେଇଥିଲେ।  ଏହା ପରେ ବ୍ୟାଟିଂ କରି 17 ବଲରେ 33 ରନ୍ କରି ଆଉଟ୍ ହୋଇନଥିଲେ, ଆଉ ଦଳକୁ ଜିତାଇଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଭାବରେ ପୁରସ୍କୃତ କରାଯାଇଥିଲା, କିନ୍ତୁ ଟିମ୍ ଇଣ୍ଡିଆର ଅନ୍ୟ ଜଣେ ଖେଳାଳି ଥିଲେ ଯିଏ ପ୍ରକୃତରେ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିଥିଲେ।

ଆମେ କହୁଚୁ, ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ କଥା। ତାଙ୍କର ମାରାତ୍ମକ ବୋଲିଂ କାରଣରୁ ପାକିସ୍ତାନ ଦଳ ମାତ୍ର 147 ରନ କରିବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ଭୁବନେଶ୍ୱର କୁମାର ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ବୋଲର ଭାବରେ ଉଭା ହୋଇଥିଲେ। ଏହି ମ୍ୟାଚରେ ଭୁବନେଶ୍ୱର କୁମାର 4 ଓଭର ବୋଲିଂ କରି 26 ରନ୍ ବ୍ୟୟ କରି 4 ୱିକେଟ୍ ନେଇଥିଲେ।  ଏହି ସମୟରେ ଭୁବନେଶ୍ୱର କୁମାର ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ଆଉଟ୍ କରିଥିଲେ। ଯାହା ଟିମ୍ ଇଣ୍ଡିଆ ପାଇଁ ବଡ଼ ୱିକେଟ୍ ରହିଥିଲା।