ହର୍ଷଲ୍ ପଟେଲ ନୁହଁ, ଏହି ବୋଲରଙ୍କୁ ଚାଲାକ୍ ଭାବୁଛନ୍ତି ଜାହିର୍ ଖାନ୍, କହିଲେ- "କାହାକୁ କେମିତି ବୋଲିଂ କରିବେ ତାଙ୍କୁ ଭଲରେ ଜଣା"

 

କ୍ରିକେଟ ଖବର : ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି -୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା।  ଭାରତ ଉଭୟ ମ୍ୟାଚ୍ ହାରିଥିଲା, ଏହା ପରେ ଭାରତୀୟ ବୋଲରମାନେ ସମାଲୋଚନାର ଶିକାର ହୋଇଥିଲେ।   କିନ୍ତୁ ଅବଶିଷ୍ଟ ଦୁଇଟି ମ୍ୟାଚରେ ଭାରତୀୟ ଦଳର ବୋଲର୍ ଫର୍ମକୁ ଫେରି ମ୍ୟାଚ ଜିତାଇଥିଲେ। ଯାହା ପରେ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଜଣେ ବୋଲରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଏହି ବୋଲରଙ୍କୁ ଚାଲାକ୍ ବୋଲର୍ କହିଲେ ଜାହିର୍ : 

ନିକଟରେ ଦକ୍ଷିଣ ଆଫ୍ରିକା ସହିତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ଜାହିର୍ ଖାନ୍ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ଭାରତୀୟ ଦଳର ବୋଲରଙ୍କୁ ପ୍ରଶଂସା କରିଛନ୍ତି। ସେ ଭୁବନେଶ୍ୱର କୁମାରଙ୍କୁ ଜଣେ ଚାଲାକ୍ ବୋଲରର ଆଖ୍ୟା ଦେଇଛନ୍ତି। ଜାହିର ଖାନ, ଭୁବିଙ୍କର ବୋଲିଂ ଶୈଳୀରେ ବେଶ ପ୍ରଭାବିତ ହୋଇଛନ୍ତି। 

ଜାହିର କହିଛନ୍ତି ଯେ, ଭୁବନେଶ୍ୱର କୁମାର ଜଣେ ସର୍ବଦା ଏକ ସରଳ ଚିନ୍ତାଧାରୀ ଯୁବକ। ଏହି ସ୍ତରରେ ଖେଳିବାର ତାଙ୍କର ଅନେକ ଅଭିଜ୍ଞତା ଅଛି। ସେ ମ୍ୟାଚର ପରିସ୍ଥିତିକୁ ବୁଝନ୍ତି। ସେ ୱିକେଟ୍-ଟୁ-ୱିକେଟ୍ ବୋଲିଂ କରନ୍ତି। ଯାହା ଦ୍ୱାରା ବ୍ୟାଟ୍ସମ୍ୟାନ୍ ତାଙ୍କ ବଲକୁ ଖେଳିବା ପାଇଁ ଟିକେ ଚିନ୍ତା କରନ୍ତି।