ଦେଖନ୍ତୁ ଭିଡ଼ିଓ: ବର୍ଷା ରେ ଧୋଇ ହେଇଗଲା ମ୍ୟାଚ, ଆଉ ଡ୍ରେସିଂ ରୁମରେ ଫୁଟବଲ ଖେଳିଲେ ନ୍ୟୁଜିଲାଣ୍ଡ ଆଉ ଭାରତୀୟ ଦଳ

 
ind vs nz football match

କ୍ରିକେଟ ଖବର : ପ୍ରଥମ ଟି -20 ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ ମଧ୍ୟରେ ଆଜି ଅର୍ଥାତ୍ 18 ନଭେମ୍ବରରେ ଖେଳାଯିବାର ଥିଲା। କିନ୍ତୁ ପ୍ରବଳ ବର୍ଷା ହେତୁ ମ୍ୟାଚ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ଏପରିକି ଟସ୍ ପ୍ରକ୍ରିୟା ବିଳମ୍ବ ହେଉଛି। ଏଭଳି ପରିସ୍ଥିତିରେ ବର୍ଷା ହେତୁ ମ୍ୟାଚରେ ବ୍ୟାଘାତ ହୋଇଥିଲା। 

ind vs nz football

ତେବେ ଉଭୟ ଦଳର ଖେଳାଳି ଡ୍ରେସିଂ ରୁମରେ ଫୁଟବଲ ଖେଳର ଉପଭୋଗ କରିଥିଲେ। ତେବେ ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ : ବର୍ତ୍ତମାନ ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳି ନେଇପାରନ୍ତି ଅବସର, ସାମ୍ନା କୁ ଆସିଲା ବଡ଼ କାରଣ...

ଟିମ୍ ଇଣ୍ଡିଆ 3 ଟି ମ୍ୟାଚ୍ ଟି -20 ଏବଂ 3 ଟି ମ୍ୟାଚ୍ ODI ସିରିଜ୍ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି। ପ୍ରଥମ ମ୍ୟାଚ୍ 18 ନଭେମ୍ବରରେ ଖେଳାଯିବାର ଥିଲା। କିନ୍ତୁ ହୋଇ ପାରି ନାହିଁ। ତେବେ ମ୍ୟାଚ୍ ଆରମ୍ଭରେ ବର୍ଷା ବାଧକ ସାଜିଛି। ୱେଲିଙ୍ଗଟନରେ ଲଗାତାର ବର୍ଷା ହେଉଛି।  ପ୍ରବଳ ବର୍ଷା ହେତୁ ଉଭୟ ଦଳର ଖେଳାଳି ପଡ଼ିଆରେ ଅଭ୍ୟାସ କରିବାକୁ ଯାଇନଥିଲେ। 

ଦେଖନ୍ତୁ ଭିଡିଓ :