ଦେଖନ୍ତୁ ଭିଡ଼ିଓ: ବଡ଼ ବୟାନ ଦେଲେ ମହମ୍ମଦ ହାଫିଜ, କହିଲେ "ରୋହିତ ଏବେ କନଫିଉଜ ଏବଂ ଡ଼ରି କି ଅଛନ୍ତି, ସେ ଭାରତର...

 

କ୍ରିକେଟ୍ ଖବର : ଟିମ୍ ଇଣ୍ଡିଆ ଏସିଆ କପ୍ 2022 ରେ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ରବିବାର (ଅଗଷ୍ଟ 28) ପାକିସ୍ତାନକୁ 5 ୱିକେଟରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା।  ଏହା ପରେ ବୁଧବାର (ଅଗଷ୍ଟ 31) ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ଦଳ ହଂକଂକୁ 40 ରନରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଆଫଗାନିସ୍ତାନ ପରେ ସୁପର 4 ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଦଳ ହୋଇପାରିଛି।

ଭାରତୀୟ ଦଳ ସେମାନଙ୍କ ଗ୍ରୁପ୍‌ରେ ଶୀର୍ଷରେ ରହିଛନ୍ତି ଏବଂ ଏହାର ଅର୍ଥ ହେଉଛି ସେପ୍ଟେମ୍ବର 4 ରେ ପୁନର୍ବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ହୋଇପାରେ, ତଥାପି ଆଜି ଅର୍ଥାତ ସେପ୍ଟେମ୍ବର 2 (ଶୁକ୍ରବାର) ରେ ପାକିସ୍ତାନ ହଂକଂକୁ ପରାସ୍ତ କରିବା ଆବଶ୍ୟକ ହେବ।  

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳାଯାଇଥିବା ଦୁଇଟି ମ୍ୟାଚ୍ ବିଷୟରେ କହିବାକୁ ଗଲେ ଟିମ୍ ଇଣ୍ଡିଆର ଅନ୍ୟତମ ଚିନ୍ତା ହେଉଛି ଦଳର ଅଧିନାୟକ ରୋହିତ ଶର୍ମା, ଯିଏକି କିଛି ସମୟ ହେବ ବଡ଼ ରନ୍ ସ୍କୋର କରିନାହାଁନ୍ତି।  ହଂକଂ ବିପକ୍ଷରେ ରୋହିତଙ୍କ ଫ୍ଲପ୍ ସୋ ଜାରି ରହିଥିଲା, ଏହା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ ରୋହିତଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି। 

ରୋହିତଙ୍କ ବିଷୟରେ କଣ କହିଲେ ମହମ୍ମଦ ହାଫିଜ :

ପିଟିଭି ସ୍ପୋର୍ଟସରେ ହାଫିଜ କହିଛନ୍ତି, "ମ୍ୟାଚ ପରେ ଆପଣ ରୋହିତ ଶର୍ମାଙ୍କ ଅଭିବ୍ୟକ୍ତି ଦେଖିଛନ୍ତି କି? ହଂକଂ ବିପକ୍ଷରେ ତାଙ୍କ ଦଳ 40 ରନରେ ଜିତିଥିଲା। ଯେତେବେଳେ ରୋହିତ ସାକ୍ଷତାକାର ପାଇଁ ଆସିଲେ ସେହି ସମୟରେ ସେ ଦୁର୍ବଳ ଦେଖାଯାଉଥିଲେ। ସେ ନର୍ଭସ ଏବଂ ଦ୍ୱନ୍ଦ୍ୱରେ ଦେଖାଯାଉଥିଲେ। ପୁରୁଣା ରୋହିତ ଶର୍ମା ରୂପ କୁଆଡେ ଗଲା। ସେ ଜଣେ ଚାପର ଅଧିନାୟକ ପରି ଦେଖାଯାଉଛନ୍ତି। ସେ ବର୍ତ୍ତମାନ ତାଙ୍କ ଫର୍ମ ସମେତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହା ମୁଁ ଭାବୁଛି। 

ଦେଖନ୍ତୁ ଭିଡିଓ :