IPL ରେ ମିଳିଲାନି ସ୍ଥାନ, ଇଂଲଣ୍ଡରେ ବିସ୍ଫୋରଣ ବ୍ୟାଟିଂ କରି 2ଟି ଦ୍ୱିଶତକ, 4ଟି ଶତକ ମାରି ବ୍ରେଡମେନଙ୍କ ରେକର୍ଡ ଭାଙ୍ଗି ରଚିଲେ ଇତିହାସ 

 

କ୍ରିକେଟ ଖବର: ଚଳିତ ଆଇପିଏଲ୍ ସିଜନର ମେଗା ନିଲାମ ସମୟରେ ସୁରେଶ ରାଇନାଙ୍କ ସମତେ ଅନ୍ୟ ଜଣେ ମହାନ ଖେଳାଳିଙ୍କୁ କୌଣସି କ୍ରେତା ମିଳିଲେନି। କିନ୍ତୁ ବର୍ତ୍ତମାନ ସେ ଇଂଲଣ୍ଡ ଚାଲୁଥିବା କାଉଁଣ୍ଟି କ୍ରିକେଟରେ ଧୁମ୍ ମଚାଇଛନ୍ତି। କାଉଁଣ୍ଟି କ୍ରିକେଟରେ ସେ 7ଟି ଇନିଂସରେ 4ଟି ଶତକ ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆଉ ବର୍ତ୍ତମାନ ସେ ପୁଣି ଥରେ ଭାରତୀୟ ଦଳକୁ ଫେରିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି।

ତେବେ ଆମେ କହୁଚୁ, ଭାରତର ଟେଷ୍ଟ ଦଳର ବାଦଶାହା ଚେତେଶ୍ୱର ପୂଜାରାଙ୍କ କଥା। ଚେତେଶ୍ୱର ପୂଜାରା ବର୍ତ୍ତମାନ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳୁଛନ୍ତି। ଏଥି ସହିତ ପାକିସ୍ତାନର ଖେଳାଳିମାନେ ମଧ୍ୟ କାଉଣ୍ଟି କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ଲଗାତାର ଚତୁର୍ଥ ଶତକ ସହିତ ପୂଜାରା ଇତିହାସ ସୃଷ୍ଟି କରିଛନ୍ତି।  

ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ସସେକ୍ସ ପାଇଁ ଖେଳୁଥିବାବେଳେ ଏକ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି। ଏଥିସହିତ ପାକିସ୍ତାନୀ ଖେଳାଳିମାନେ ବିଭିନ୍ନ ଦଳ ପାଇଁ ଖେଳୁଛନ୍ତି। ସୂଚନାଯୋଗ୍ୟ ଯେ ପୂଜାରା ଏଥର ଆଇପିଏଲରେ କୌଣସି କ୍ରେତା ପାଇନଥିଲେ।  ଗତ ଥର ପୂଜାରା ଆଇପିଏଲରେ CSK ପାଇଁ ଖେଳିଥିଲେ। 

ସସେକ୍ସ ପାଇଁ ଖେଳୁଥିବା ଚେତେଶ୍ୱର ପୂଜାରା ତାଙ୍କର ତିନୋଟି ମ୍ୟାଚରେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ 6 ରନ ଏବଂ ଦ୍ଵିତୀୟ ଇନିଂସରେ 201 ରନ (ନଟଆଉଟ୍)। ସେହିଭଳି ଦ୍ୱିତୀୟ ମ୍ୟାଚର ପ୍ରଥମ ଇନିଂସରେ 109 ରନ, ଦ୍ଵିତୀୟ ଇନିଂସରେ 12 ରନ ଏବଂ ତୃତୀୟ ମ୍ୟାଚର ପ୍ରଥମ ଇନିଂସରେ 203 ରନ ସ୍କୋର କରିଥିଲେ। ବର୍ତ୍ତମାନ ଚତୁର୍ଥ ମ୍ୟାଚ୍‌ରେ ସେ ପ୍ରଥମ ଇନିଂସରେ 16 ଏବଂ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଅପରାଜିତ ଭବାରେ ଖେଳୁଛନ୍ତି।