ଦଳକୁ ଧୋନିଙ୍କ ଭଳି ଫିନିସର ଦରକାର, ଏବେ ବିଶ୍ୱକପ ଦଳରେ ସାମିଲ ହେବେ କି କାର୍ତ୍ତିକ ? ଜାଣନ୍ତୁ କଣ କହିଲେ କୋହଲି

 

କ୍ରିକେଟ୍ ଖବର : ଦେଶରେ ଚାଲିଛି କ୍ରିକେଟ୍ ମହାକୁମ୍ଭ ଆଇପିଏଲ। ଚଳିତବର୍ଷ ହେଉଛି ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୫ ତମ ସିଜନ। ସମସ୍ତ ୧୦ଟି ଦଳର ଖେଳାଳି ପଡ଼ିଆରେ ନିଜର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। କିନ୍ତୁ ଚଳିତବର୍ଷ ଲିଗ୍ ପର୍ଯ୍ୟାୟରେ ଦୀନେଶ କାର୍ତ୍ତିକଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳୁଛି ।

ଚଳିତ ସିଜିନରେ ସେ ୧୯୭ ଷ୍ଟ୍ରାଇକ ରେଟ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ୬ ଟି ଇନିଂସରେ ମୋଟ ୧୯୭ ରନ୍ ସଂଗ୍ରହ କରିସାରିଛନ୍ତି । କାର୍ତ୍ତିକ ମଧ୍ୟ ଏହି ସମୟ ମଧ୍ୟରେ ୧୮ ଚୌକା ଓ ୧୪ ଛକା ମାରିଛନ୍ତି । ବାଙ୍ଗାଲୋର ପାଇଁ କାର୍ତ୍ତିକ ଏକ ଫିନିଶର ଭୂମିକା ଗ୍ରହଣ କରିଛନ୍ତି। 

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ମହତ୍ତ୍ୱପୂର୍ଣ୍ଣ ୬୬ ରନ୍ ସ୍କୋର କରିଥିଲେ। ଆଉ ଆରସିବି ଦଳ ଏହି ମ୍ୟାଚ ଜିତିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୬୬ ରନ ଯୋଗୁଁ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ।

କାର୍ତ୍ତିକ ମ୍ୟାଚ ପରେ ବିରାଟ କୋହଲିଙ୍କ ସହିତ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ:

ମ୍ୟାଚ୍ ପରେ ବିରାଟ କୋହଲିଙ୍କ ସହ କଥା ହୋଇ ଦୀନେଶ କାର୍ତ୍ତିକ କହିଛନ୍ତି ଯେ, 'ମୁଁ ମୋର ଖେଳ ଉପରେ ବହୁତ ପରିଶ୍ରମ କରୁଛି। ମୁଁ ଜାଣେ ଆଗକୁ ଟି-୨୦ ବିଶ୍ୱକପ ଆସୁଛି ଏବଂ ମୁଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଚେଷ୍ଟା ଜାରି ରଖିଛି। ମୁଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ଦଳକୁ ଜିତାଇବାକୁ ଚାହୁଁଛି ।

ଦୀନେଶ କାର୍ତ୍ତିକଙ୍କ ସହ ସାକ୍ଷାତକାର ଶେଷରେ ବିରାଟ କହିଛନ୍ତି, "ମୁଁ ଏହାକୁ ସମ୍ପୂର୍ଣ୍ଣ ଦାବି କରି କହିପାରେ ଯେ ଦୀନେଶ କାର୍ତ୍ତିକ ବିଶ୍ୱକପରେ ଭାରତ ପାଇଁ ଖେଳିବା ପାଇଁ ଏକ ଦୃଢ଼ ଦାବି ଉପସ୍ଥାପନ କରୁଛନ୍ତି । ମୋ ପାଇଁ ଦୀନେଶ କାର୍ତ୍ତିକ ଏହି ଆଇପିଏଲର ସର୍ବୋତ୍ତମ ଖେଳାଳି ହୋଇଛନ୍ତି ।"