ଏହି ଖେଳାଳି ଜିମ୍ବାୱେ ଗସ୍ତରୁ ବାଦ୍ ପଡିବା ପରେ ରାଗିଲେ ଲୋକେ, କହିଲେ- "ଆଘାତ ପାଇଁ ତାଙ୍କୁ ପୁରସ୍କାର ମିଳିବା ଉଚିତ"

 

କ୍ରିକେଟ୍ ଖବର : ଭାରତୀୟ ଦଳର ଉପ-ଅଧିନାୟକ କେ.ଏଲ୍ ରାହୁଲ ଦୀର୍ଘ ଦିନ ଧରି ଫିଟନେସ୍ ପାଇଁ କାଫି ଟେନସନରେ ରହିଛନ୍ତି। ଆଇପିଏଲ ୨୦୨୨ ପରଠାରୁ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି। ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ଟି -୨୦ ସିରିଜରେ ଆହତ ହେବା ପରେ ସେ ହାର୍ନିଆ ସର୍ଜରୀ ପାଇଁ ଜର୍ମାନୀ ଯାଇଥିଲେ, ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର ସଫଳ ରୂପେ ହୋଇଥିଲା।

ଫିଟନେସ୍ ସାର୍ଟିଫିକେଟ ହାସଲ କରିବାବେଳେ ଲାଗୁଥିଲା ଯେ ସେ ଶୀଘ୍ର ଦଳକୁ ଫେରିବେ।  କିନ୍ତୁ, ହଠାତ୍ ତାଙ୍କୁ କରୋନା ହୋଇଯାଇଥିଲା ଏବଂ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ମଧ୍ୟ ବାଦ ପଡ଼ିଥିଲେ। ଜିମ୍ବାୱେ ଯାତ୍ରା ପାଇଁ କେ.ଏଲ୍ ରାହୁଲଙ୍କ ନାମ ମଧ୍ୟ ଦଳରେ ଅନ୍ତର୍ଭୁକ୍ତ ହୋଇନାହିଁ, ତେଣୁ ବର୍ତ୍ତମାନ ପ୍ରଶଂସକଙ୍କ କ୍ରୋଧ ରାହୁଲଙ୍କ ଉପରେ ଜୋରରେ ବର୍ଷିଛି। ତାଙ୍କୁ ଟ୍ରୋଲ କରୁଛନ୍ତି ସୋସିଆଲ ମିଡ଼ିଆ ୟୁଜର୍। 

ଟ୍ରୋଲ୍ ହେଲେ ରାହୁଲ :

ବାସ୍ତବରେ ଚଳିତ ବର୍ଷ କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆ ପାଇଁ ଏପର୍ୟ୍ୟନ୍ତ ଗୋଟିଏ ଟି -୨୦ ମ୍ୟାଚ୍ ଖେଳି ନାହାଁନ୍ତି।  କିନ୍ତୁ, ଆଇପିଏଲ୍ ୨୦୨୨ ର ୧୫ ତମ ସିଜନରେ ସେ ତାଙ୍କ ଦଳ ପାଇଁ ଏକ ମହତପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସେଥିପାଇଁ ପ୍ରଶଂସକମାନେ କହିଛନ୍ତି ଯେ କେ.ଏଲ୍ ରାହୁଲଙ୍କ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଆବଶ୍ୟକ ନୁହେଁ ବରଂ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଆବଶ୍ୟକ।

ରାହୁଲଙ୍କୁ ଟ୍ରୋଲ କରି ଜଣେ ଉପଭୋକ୍ତା ଲେଖିଛନ୍ତି, ଏହି ବର୍ଷ କେଏଲ ପଡ଼ିଆରେ କମ୍ ସମୟ ଏବଂ ଏନସିଏରେ ଅଧିକ ସମୟ ଅତିବାହିତ କରିଛନ୍ତି।

ଅନ୍ୟ ଜଣେ ୟୁର୍ଜସ ମଧ୍ୟ ବ୍ୟାଣ୍ଡେଜରେ ଆବୃତ ଆହତ ବ୍ୟକ୍ତିଙ୍କ ଚିତ୍ର ସେୟାର କରି ବ୍ୟାଟ୍ସମ୍ୟାନ ରାହୁଲଙ୍କୁ ପରିହାସ କରିଛନ୍ତି।