ପୂର୍ବ ଭାରତୀୟ ଖେଳାଳି କଲେ ବଡ଼ ଖୁଲାସା, କହିଲେ- ଏହି 2 ଜଣ ଖେଳାଳି ପାଇଁ ଆୟରଙ୍କ ଭବିଷ୍ୟତ ହେବ ଅନ୍ଧାର

 

କ୍ରିକେଟ ଖବର : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଖେଳାଯାଉଛି। ଏହି ସିରିଜରେ ଭାରତର ଯୁବ କ୍ରିକେଟରଙ୍କୁ ସ୍ଥାନ ଦିଆଯାଇଛି। ଯେତେବେଳେ କି ସିନିୟର ଖେଳାଳିଙ୍କୁ ଏହି ସିରିଜରୁ ଦୂରେଇ ରଖାଯାଇଛି। ଯଦି ଆମେ ଏହି ସିରିଜ୍ ବିଷୟରେ କଥା ହେବା ତେବେ , ଏହି ସିରଜରେ ତିନୋଟି ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଭାରତ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ ଜିତି ସିରିଜରେ ଆଗରେ ରହିଛି। 

ଭାରତୀୟ ଦଳରେ ଏହି ସିରିଜରେ ବିରାଟ କୋହଲିଙ୍କ ସ୍ଥାନରେ ଯୁବ କ୍ରିକେଟର ଶ୍ରେୟସ୍ ଆୟରଙ୍କୁ ସ୍ଥାନ ଦିଆଯାଇଛି। କିନ୍ତୁ ସେ ଆଶା ଅନୁଯାୟୀ ଖେଳ ପ୍ରଦର୍ଶନ କରୁନାହାନ୍ତି। ଯେଉଁ କାରଣରୁ ତାଙ୍କର ଆଗାମୀ କ୍ରିକେଟ କ୍ୟାରିୟରକୁ ନେଇ ମତ ଦେଇଛନ୍ତି ପୂର୍ବତନ ଖେଳାଳି ୱାସିମ୍ ଜାଫର୍ । 

ଶ୍ରେୟସ୍ ଆୟରଙ୍କ ବିଷୟରେ କଣ କହିଲେ ୱାସିମ୍ ଜାଫର୍ ?

ୱାସିମ୍ ଜାଫର୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ଆୟର୍ ଭଲ ଖେଳ ପ୍ରଦର୍ଶନ ନ କରନ୍ତି ତେବେ ତାଙ୍କ ସ୍ଥାନ ଅତିଶୀଘ୍ର ସୂର୍ଯ୍ୟକୁମାର ଯାଦବ ନେଇଯିବେ। ଯାଦବ ବର୍ତ୍ତମାନ ଫିଟ୍ ନାହାନ୍ତି , ସେ ଫିଟ୍ ହେବା ମାତ୍ରେ ଯଦି ଭଲ ଖେଳନ୍ତି ତେବେ ଆୟରଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବା ମୁସ୍କିଲ ହୋଇଯିବ। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବିରାଟ କୋହଲି ଏବଂ ସୁର୍ଯ୍ୟକୁମାର ଟିମ୍ ଇଣ୍ଡିଆକୁ ଫେରିବେ , ତେବେ ଆୟର୍ ଦଳରୁ ବାହାରିବା ପାଇଁ କେହି ରୋକି ପାରିବେ ନାହିଁ। ଏହି କ୍ଷେତ୍ରରେ ତାଙ୍କୁ ବାକି ଥିବା ମ୍ୟାଚ୍ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ପଡିବ।