ସଲମାନ ବଟ୍ଟ କହିଲେ- ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ରେ ଭାରତ କେତେ କମଜୋର ଜଣା ପଡିଲା, ଭାରତର ବୋଲିଂରେ ...

 

କ୍ରିକେଟ ଖବର : ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଗତ ଜୁନ ୯ ତାରିଖରୁ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହୋଇସାରିଛି। ପ୍ରଥମ ଦୁଇଟି ମ୍ୟାଚ୍ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ, ଗତକାଲି ଖେଳାଯାଇଥିବା ତୃତୀୟ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଛି।

ତେବେ ସିରିଜର ପ୍ରାରମ୍ଭରେ ଭାରତୀୟ ଟିମ ଖରାପ ପ୍ରଦର୍ଶନ କରିଥିଲା। ଆଉ ଟିମ୍ ଇଣ୍ଡିଆର ଏହି ଖରାପ ପ୍ରଦର୍ଶନ ଉପରେ ନିଜର ମତ ଦେଇଛନ୍ତି ପାକିସ୍ତାନ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ସଲମାନ ବଟ୍ଟ। 

ପାକିସ୍ତାନୀ କ୍ୟାପ୍ଟେନଙ୍କ କହିବାନୁଯାୟୀ ଭାରତର ବୋଲିଂରେ ସେଭଳି ପେସ ନାହିଁ ଯାହାକି ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍ସଙ୍କୁ ବିଚଳିତ କରିବ। ଏକ ଭିଡ଼ିଓ ଅପଲୋଡ଼ କରି ପାକିସ୍ତାନର ପୂର୍ବତନ ଖେଳାଳି ସଲମାନ ଭଟ୍ଟ  ଭାରତୀୟ ଟିମର ଦୁର୍ବଳତା  ସମ୍ପର୍କରେ କହିଛନ୍ତି।

ସଲମାନ ବଟ୍ଟ କହିଛନ୍ତି ଯେ:

ଭାରତୀୟ ଟିମକୁ ଲାଗୁଥିଲା ଯେ ଦ.ଆଫ୍ରିକା ଟିମ୍  ଏତେ ବଡ଼ ମଜଭୁତ ଟିମ ନୁହେଁ । ସେ ଏହା ମଧ୍ୟ ଚେତାଇଦେଇଛନ୍ତି ଯେ ଏଭଳି ମାନସିକତା ରହିବା ଉଚିତ୍ ନୁହେଁ, ବେଳେବେଳେ ଦୁର୍ବଳ ଭାବୁଥିବା ଟିମ ହିଁ କମାଲ କରେ ଓ ଏଭଳି ଟିମ ହିଁ ଶିକ୍ଷା ଦେଇଥାଏ।

ଭାରତୀୟ ବୋଲିଂ ସେଭଳି ଗତି କି ପେସ ନଥିଲା ଯାହା ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କୁ ଚାଲେଞ୍ଜ କରିପାରିବ। ପ୍ରତ୍ୟେକ ବୋଲିଂର ସ୍ଥିତି ସମାନ ପ୍ରକାର ରହିଥିଲା । ସବୁକିଛି ଠିକ ଥିଲା ତେବେ ମୋ ମତରେ  ଦ,ଆଫ୍ରିକା ଟିମ ଏହି ସିରିଜରେ ଭଲ ପ୍ରଦର୍ଶନ କରୁଛି ବୋଲି ସଲମାନ କହିଛନ୍ତି।