IND vs WI 4th T20: ଏମିତି ରହିବ ଭାରତର ଏକାଦଶ, ଖେଳି ପାରନ୍ତି ସଞ୍ଜୁ ସାମସନ୍, ଦେଖନ୍ତୁ ଲିଷ୍ଟ

 

କ୍ରିକେଟ୍ ଖବର : ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଶନିବାର ଫ୍ଲୋରିଡାଠାରେ ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚ୍ ୱେଷ୍ଟଇଣ୍ଡିଜ ସହ ଖେଳିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ ମଇଦାନକୁ ଓହ୍ଲାଇବ। ତୃତୀୟ ମ୍ୟାଚକୁ ସାତ ୱିକେଟରେ ଜିତିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ସିରିଜରେ 2-1ରେ ଅଗ୍ରଣୀ ହାସଲ କରିଛି। ତୃତୀୟ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ 76 ରନର ଏକ ଦମଦାର୍ ପାଳି ଖେଳିଥିଲେ। ରୋହିତ ଶର୍ମା ପିଠି ଯନ୍ତ୍ରଣା କାରଣରୁ ମଧ୍ୟଭାଗରେ ଅବସର ନେଇଥିଲେ।  ତେଣୁ ଆଜି ଖେଳାଯିବାକୁ ଥିବା ଚତୁର୍ଥ T20I ପାଇଁ ଟିମ୍ ଇଣ୍ଡିଆ ଏକାଦଶରେ କୌଣସି ପରିବର୍ତ୍ତନ କରୁଛି କି ନାହିଁ ତାହା ଦେଖିବା ମଜାଦାର ହେବ। 

ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ T20I ପାଇଁ ଏହି ପରି ରହିପାରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ : 

ପିଠି ଯନ୍ତ୍ରଣା ପରେ ବି ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳି ପାରନ୍ତି। ସେ ପ୍ରଥମ ମ୍ୟାଚରେ ଏକ 64 ରନର ଦମଦାର୍ ଇନିଂସ ଖେଳିଥିଲେ। ତେବେ ତୃତୀୟ ମ୍ୟାଚରେ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ରିଟାର୍ଡ ହର୍ଟ ହୋଇଥିଲେ। ତେବେ ଖବର ସୁତ୍ରରୁ ଜଣାପଡିଛି ଯେ, ଆଜି ରୋହିତ ଖେଳିବେ। ଆଉ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ତାଙ୍କ ସାଥ ଦେବା ପାଇଁ କ୍ରିଜକୁ ଓହ୍ଲାଇବେ ସୂର୍ଯ୍ୟକୁମାର ଯାଦବ। ସେ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି। ତୃତୀୟ ମ୍ୟାଚରେ ସେ ଦମଦାର୍ 76 ରନର ଏକ ଇନିଂସ ଖେଳି ଦଳକୁ ଜିତାଇଥିଲେ। 

ଗୋଟିଏ ପଟେ ଶ୍ରେୟସ ଆୟର୍ ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କ ସ୍ଥାନରେ ଆଜିର ମ୍ୟାଚରେ ସଂଜୁ ସାମସନ ଖେଳିପାରନ୍ତି। 3 ନମ୍ବର୍ ସ୍ଥାନରେ ସଂଜୁଙ୍କର ଷ୍ଟ୍ରାଇକ୍ ରେଟ୍ ଭଲ ରହିଛି। ତେଣୁ ୱେଷ୍ଟଇଣ୍ଡିଜ ସହିତ ଶେଷ ଦୁଇଟି ଟି-20 ମ୍ୟାଚରେ ସଂଜୁ ସାମସନ ଦଳରେ ରହିବେ ବୋଲି ଜଣାପଡ଼ିଛି। ୱିକେଟ୍ କିପର ରିଷଭ ପନ୍ତ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜିର ମ୍ୟାଚରେ ନଜର ଆସିବେ। କାରଣ ଏହି ଦୁଇ ଖେଳାଳି ମଧ୍ୟମ ଅର୍ଡରରେ ଭଲ ଖେଳୁଛନ୍ତି। 

ଅଲରାଉଣ୍ଡର ଦୀପକ ହୁଡା ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଫିନିଶର୍ ଭୂମିକା ଗ୍ରହଣ କରିଥିବା ଦିନେଶ କାର୍ତ୍ତିକ ମଧ୍ୟ ଫ୍ଲୋରିଡାଠାରେ ହେବାକୁ ଥିବା ଚତୁର୍ଥ ମ୍ୟାଚରେ ମଇଦାନକୁ ଓହ୍ଲାଇବେ । ସେହିପରି ବୋଲିଂ ବିଭାଗର ଦାୟିତ୍ୱରେ ରହିବେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର , ଆଭେଶ ଖାନ ଏବଂ ଅର୍ଶଦୀପ ସିଂ। 

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ:

ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ, ରିଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ଆଭେଶ ଖାନ ଏବଂ ଅର୍ଶଦୀପ ସିଂ।