T20 WC 2022: ଯଦି ବର୍ଷା ହେତୁ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, ତେବେ କେଉଁ ଦଳ ଫାଇନାଲକୁ ଯିବ ?

 

କ୍ରିକେଟ ଖବର : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-20 ବିଶ୍ୱକପ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଟୁର୍ନାମେଣ୍ଟ ଅନେକ ଉତ୍ଥାନ-ପତନ ଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ସେମିଫାଇନାଲର ଚିତ୍ର ସ୍ପଷ୍ଟ ହୋଇଯାଇଛି। ପାକିସ୍ତାନ ଆଉ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ 9 ନଭେମ୍ବରରେ ଖେଳାଯିବ। ଏହା ପରେ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ 10 ନଭେମ୍ବରରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଯଦି ବର୍ଷା ଏହି ମ୍ୟାଚରେ ଭିଲେନ୍ ହୁଏ, ତେବେ କେଉଁ ଦଳ ଫାଇନାଲକୁ ଯିବ। ଆସନ୍ତୁ ଜାଣିବା ସମୀକରଣ କ’ଣ କହୁଛି?

କେଉଁ ଦୁଇଟି ଟିମ୍ ଖେଳିବେ ଫାଇନାଲ୍ :

ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି -20 ବିଶ୍ୱକପରେ ଅନେକ ମ୍ୟାଚ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ନଭେମ୍ବର 9 ରେ ହେବାକୁ ଥିବା ସେମିଫାଇନାଲ ମ୍ୟାଚକୁ ନେଇ ବି ପ୍ରଶଂସକମାନେ ଭୟଭୀତ ହେଉଛନ୍ତି। ଯଦି ବର୍ଷା ହୁଏ ତେବେ କଣ ହେବ?

ତେବେ ଯଦି ବର୍ଷା ହୁଏ ତେବେ କ’ଣ ହେବ ଆସନ୍ତୁ ଜାଣିବା:

9 ନଭେମ୍ବରରେ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ସମୀକରଣ ବୁଝିବାକୁ ଚେଷ୍ଟା କରିବା, ଯଦି ବର୍ଷା ହେତୁ ଏହି ମ୍ୟାଚ୍ ଧୋଇ ହୋଇଯାଏ ତେବେ କେଉଁ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ? ଏହା ସମ୍ଭବ ଯେ ନ୍ୟୁଜିଲ୍ୟାଣ୍ଡର ଦଳ ସିଧାସଳଖ ଫାଇନାଲରେ ଯୋଗ୍ୟତା ଅର୍ଜନ କରିବ, କାରଣ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡର 7 ପଏଣ୍ଟ ରହିଛି।  ଯେଉଁଠାରେ ପାକିସ୍ତାନର 6 ପଏଣ୍ଟ ରହିଛି ଏବଂ ଆଇସିସି ନିୟମ କହୁଛି ଯେ, ଯିଏ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ ସେହି ଦଳ ବର୍ଷା ହେଲେ ସିଧାସଳଖ ଫାଇନାଲକୁ ଯିବ। 

ଏହି ଚିତ୍ର ଭାରତ ବନାମ ଇଂଲଣ୍ଡ ଦଳ ପାଇଁ ବି ସମାନ। ଯଦି ଦ୍ଵିତୀୟ ସେମିଫାଇନାଲରେ ବର୍ଷା ହୁଏ ତେବେ ଭାରତ ଯେହେତୁ ଗ୍ରୁପ୍ 2 ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ତେଣୁ ଟିମ୍ ଇଣ୍ଡିଆ ଫାଇନାଲକୁ ପହଂଚିବ। ଅର୍ଥାତ ଯଦି ଉଭୟ ସେମିଫାଇନାଲରେ ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡ ଆଉ ଭାରତ ମଧ୍ୟରେ ଫାଇନାଲ୍ ମ୍ୟାଚ ହେବ। ସୂଚନା ଯେ, ପ୍ରଶଂସକଙ୍କ ପାଇଁ ଚିନ୍ତା କରିବାର କିଛି ବିଷୟ ନାହିଁ, ବର୍ଷା ଭୟ ହେତୁ ଆଇସିସି ସେମିଫାଇନାଲ ଏବଂ ଫାଇନାଲ ପାଇଁ ରିଜର୍ଭ ଦିନ ରଖିଛି।