IND vs SL: ରୋହିତ ଶର୍ମା କେବଳ 42 ରନ୍ ଖେଳି ଇତିହାସ ସୃଷ୍ଟି କଲେ, ଏବି ଡି-ଭିଲିୟର୍ସଙ୍କ ଏହି ବଡ଼ ରେକର୍ଡ କୁ ଭାଙ୍ଗିଲେ

 

କ୍ରିକେଟ୍ ଖବର: ସରିଛି ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ଘରୋଇ ODI ସିରିଜ୍। ରୋହିତବାହିନୀ ଏହି ସିରିଜକୁ 3-0 ରେ ଜିତିବାରେ ସଫଳ ହୋଇଛି। ତେବେ ତୃତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଏବଂ ଗିଲ ଓପନିଂ କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ।

କିନ୍ତୁ ରୋହିତ 42 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ତେବେ ରୋହିତ ଆଉଟ୍ ହେବା ସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡି ଭିଲିୟର୍ସଙ୍କ ଏକ ସ୍ୱତନ୍ତ୍ର ରେକର୍ଡକୁ ଭାଙ୍ଗି ନିଜ ନାମରେ ଏହି ରେକର୍ଡ ସୃଷ୍ଟି କରିଥିଲେ। 

ଏହି ରେକର୍ଡ ସୃଷ୍ଟି କଲେ ରୋହିତ:

ଭାରତୀୟ କ୍ରିକେଟ୍ ଦଳର ଓପନର୍ ରୋହିତ ଶର୍ମା ଏକ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି। ODI କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର ତାଲିକାରେ ରୋହିତ ଶର୍ମା ଡି ଭିଲିୟର୍ସଙ୍କଠାରୁ ଆଗରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ODI ରେ 24 ରନ୍ ସ୍କୋର କରିବା ମାତ୍ରେ ଏବି ଡି ଭିଲିୟର୍ସଙ୍କଠାରୁ ଆଗକୁ ଯାଇଥିଲେ।

ଡି ଭିଲିୟର୍ସ ODI କ୍ରିକେଟ୍ ରେ 9577 ରନ୍ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ଏହି ମ୍ୟାଚ୍ ପୂର୍ବରୁ 9554 ରନ୍ ସ୍କୋର କରିଥିଲେ ଏବଂ ତୃତୀୟ ମ୍ୟାଚ୍ ସମୟରେ ରୋହିତ 42 ରନ୍ ର ଇନିଂସ ଖେଳି ଡି ଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ବାଧିକ ODI ରନ୍ ସ୍କୋର କରିବାରେ ସେ 17 ତମ ସ୍ଥାନରେ ପହଞ୍ଚିଛନ୍ତି। ଆଉ ଏହା କରିବାରେ ସେ ଷଷ୍ଠ ଭାରତୀୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିରାଟଙ୍କ ଘାତକ ବ୍ୟାଟିଂ ଦେଖି କଣ ଇର୍ଷା କଲେ କି ରୋହିତ? କୋହଲି ପରିବର୍ତ୍ତେ ଏହି ଖେଳାଳିଙ୍କୁ ବିଜୟର ହିରୋ ବୋଲି କହିଲେ ରୋହିତ