Asia Cup : ଭାରତର ପରାଜୟରେ ଏହି ଖେଳାଳି ଦାୟୀ! ଏତେ ଅନୁଭବ ଥିବା ସତ୍ୱେ ପାକିସ୍ତାନ ଓ ଶ୍ରୀଲଙ୍କା ବିଅପକ୍ଷରେ କଲେ ସମାନ ଭୁଲ

 
asia cup 2022 team india

କ୍ରିକେଟ୍ ଖବର : ଏସିଆ କପ୍‌ର ସୁପର- 4 ରାଉଣ୍ଡ ମ୍ୟାଚ୍‌ରେ ଭାରତକୁ 6 ୱିକେଟ୍ ହରାଇ ଶ୍ରୀଲଙ୍କା ଦଳ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ସାମ୍ନାରେ ବିଜୟ ପାଇଁ 174 ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ଡାସୁନ୍ ଶାନାକାଙ୍କ ଦଳ ଗୋଟିଏ ବଲ୍ ବାକି ରଖି ମ୍ୟାଚ୍ ଜିତିଛି। ସୁପର -4 ରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟ ମିଳିଛି। 

IND-vs-SL-Asia-Cup-2022-Super-4-Playing-11-Prediction-India-vs-Sri-Lanka-Super-4-Playing-Prediction

ଏହି ମ୍ୟାଚ୍‌ରେ ପୁଣି ଥରେ ଗତ ମ୍ୟାଚ୍ ଭଳି ଶେଷ ଦୁଇ ଓଭରରେ ଅଟକି ଯାଇଥିଲା ଏବଂ ଦଳର ସମସ୍ତ ଦାୟିତ୍ ଅଭିଜ୍ଞ ଭୁବନେଶ୍ୱର କୁମାର ଏବଂ ଯୁବ ଅର୍ଶଦୀପ ସିଂଙ୍କ ଉପରେ ଥିଲା କିନ୍ତୁ ଭୁବନେଶ୍ୱର ପୁଣି ଥରେ ଟିମ୍ ଇଣ୍ଡିଆକୁ ବୁଡାଇ ଦେଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଭୁବି 19 ତମ ଓଭରରେ ବୋଲିଂ କରିଥିଲେ ଯେଉଁଥିରେ ସେ 19 ରନ ଦେଇ ମ୍ୟାଚ ପାକିସ୍ତାନ ହାତକୁ ଟେକି ଦେଇଥିଲେ। 

ଏହା ପରେ ଅର୍ଶଦୀପଙ୍କୁ ଶେଷ ଓଭରରେ ପାକିସ୍ତାନକୁ ଅଟକାଇବା ପାଇଁ ମାତ୍ର 7 ରନ୍ ଥିଲା ଏବଂ ସେ ମ୍ୟାଚର ପ୍ରାୟ ଶେଷ ବଲରେ ଚମତ୍କାର ବୋଲିଂ କରିଥିଲେ କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ ଏକ ସମାନ କାହାଣୀ ଦେଖିବାକୁ ମିଳିଛି। ଶେଷ ଦୁଇ ଓଭରରେ ଜିତିବା ପାଇଁ ଶ୍ରୀଲଙ୍କା 21 ରନ୍ ଆବଶ୍ୟକ କରୁଥିଲା, ତେଣୁ ଭୁବିଙ୍କ ଠାରୁ ଏକ ଭଲ ଓଭର ଆବଶ୍ୟକ ଥିଲା। କିନ୍ତୁ ଭୁବି ପୁଣି ଥରେ ଏହା କରିବାରେ ଫେଲ୍ ହୋଇଥିଲେ। 

19 ଓଭରରେ 14 ରନ୍ ଶ୍ରୀଲଙ୍କା ଦଳକୁ ଦେଇଥିଲେ ଭୁବନେଶ୍ୱର କୁମାର। ଏହା ପରେ ଅର୍ଶଦୀପଙ୍କ ପାଖରେ ମାତ୍ର 7 ରନ୍ ଥିଲା ଏବଂ ଅର୍ଶଦୀପ ପୁଣି ଥରେ ତାଙ୍କ ବୋଲିଂରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅର୍ଶଦୀପ ସଭିଙ୍କ ହୃଦୟ ଜିତିଥିଲେ କିନ୍ତୁ ଭୁଭି ତାଙ୍କ ଖରାପ ବୋଲିଂ ହେତୁ ପୁଣି ଥରେ ଟ୍ରୋଲ୍ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ଟ୍ରୋଲ କରାଯାଉଛି ଏବଂ ଉଭୟ ମ୍ୟାଚ୍‌ରେ ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଉଛି।