IND vs PAK: କାର୍ତିକ ଙ୍କ ସ୍ଥାନରେ ପନ୍ତ ଙ୍କୁ କାହିଁକି ସୁଯୋଗ ଦେଲେ? ରୋହିତ ଦେଲେ ଉତ୍ତର, କହିଲେ ଆମ ଚିନ୍ତାଧାରା ଥିଲା କି...

 

କ୍ରିକେଟ୍ ଖବର : ଏସିଆ କପ୍‌ ସୁପର ଫୋର୍‌ ଦ୍ଵିତୀୟ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କିଛି କଥା ଉଲ୍ଲେଖ କରିଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ କହିଛନ୍ତି ଯେ ପାକିସ୍ତାନ ଦଳ ଆମ ଅପେକ୍ଷା ଭଲ କ୍ରିକେଟ୍ ଖେଳିଛି ଏବଂ ଆମେ ସେମାନଙ୍କୁ ଶ୍ରେୟ ଦେବା ଉଚିତ୍। ରୋହିତ ଶର୍ମା କହିଛନ୍ତି ଯେ ଏହା ଅନେକ ଚାପ ଖେଳ ଥିଲା ଯାହା ଆମେ ଜାଣୁ।

ପାକିସ୍ତାନ ଦଳର ରିଜୱାନ୍ ଏବଂ ନୱାଜଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀ ପ୍ରଶଂସନୀୟ। କିନ୍ତୁ ଭାଗିଦାରୀ ବୋଧହୁଏ ଟିକିଏ ଅଧିକ ସମୟ ରହିଲା ଏବଂ ସେମାନେ ଚମତ୍କାର ବ୍ୟାଟିଂ କଲେ। ଏହି ଖେଳ ଗୁଡିକ ତାଙ୍କୁ ତିଆରି କରିପାରିବ। ସେମାନେ ଏହା କରିସାରିଛନ୍ତି ।

କାର୍ତିକ ଙ୍କ ସ୍ଥାନରେ ପନ୍ତ ଙ୍କୁ କାହିଁକି ସୁଯୋଗ ମିଳିଲା ?

ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଲେ "ଆମେ ଭାବିଥିଲୁ କି ଜାଡେଜା ଆଘାତ ଯୋଗୁଁ ବାହାର ହେବା ପରେ ଆମ ଦଳରେ ଗୋଟିଏ ବାମ ହାତି ଖେଳାଳି ରହିବା ନିହାତି ଆବଶ୍ୟକ, ତେଣୁ ଋଷଭ ପନ୍ତ ଙ୍କୁ ଦଳରେ ସାମିଲ କରାଗଲା ।

ତେବେ ଭାରତୀୟ ବାେଲର ନିରାଶ କରିଛନ୍ତି। ବିଶେଷ କରି ଭୁବନେଶ୍ଵର କୁମାର 40 ରନ, ୟୁଜବେନ୍ଦ୍ର ଚହଲ 43 ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 44 ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ ସିଂହ ଏବଂ ରବି ବିଷ୍ଣୋଇ ଭଲ କରିଥିଲେ ହେଁ ଭାରତକୁ ଜିତାଇ ପାରି ନାହାନ୍ତି। ଏ ସମସ୍ତ ବୋଲରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲେ ହେଁ ଦଳକୁ ପରାଜୟର ବଞ୍ଚାଇ ପାରି ନାହାନ୍ତି।