IND vs NZ : ଶତକ ମାରି ଭାରତକୁ ମ୍ୟାଚ ଜିତେଇବା ପରେ ସୁର୍ଯ୍ୟକୁମାର କହିଲେ "16 ଓଭର ପରେ ମୋତେ ସେ କହିଥିଲେ କି ..."

 
ind vs nz suryakumar statement

କ୍ରିକେଟ ଖବର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -20 ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏହା ଫଳରେ ଦଳ 191 ରନ୍ 6 ୱିକେଟ୍ ହରାଇ କରିପାରିଥିଲା। ତେବେ ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ନ୍ୟୁଜିଲ୍ୟାଣ୍ଡର ବୋଲିଂ ଲାଇନ୍ ଅପ୍ ଧ୍ୱଂସ ହୋଇଥିଲା।ରିଷଭ ପନ୍ତ ଆଉଟ୍ ହେବା ପରେ ପଡ଼ିଆକୁ ଆସିଥିଲେ ସୂର୍ଯ୍ୟ। ଆଉ ସେ ଟିମ୍ ର ରନକୁ ଦ୍ରୁତ ବେଗରେ ଆଗକୁ ନେଇଥିଲେ। ତାଙ୍କ ଇନିଂସ ଯୋଗୁଁ ଭାରତ କିୱି ଦଳ ସମ୍ମୁଖରେ 192 ରନର ଟାର୍ଗେଟ ରଖିଥିଲା। ଏଥି ସହିତ ପ୍ରଥମ ଇନିଂସ ପରେ ସୂର୍ଯ୍ୟ ତାଙ୍କ ବିସ୍ଫୋରକ ଇନିଂସ ଏବଂ କ୍ୟାପଟେନ ହାର୍ଦିକଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

suryakumar 111 run vs nz

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ କରି ଏକ ଦମଦାର୍ ଶତକ ହାସଲ କରିଛନ୍ତି। ସେ ଟିମ୍ ସାଉଥୀ, ମିଲ୍ସ ଏବଂ ଲକି ଫର୍ଗୁସନଙ୍କ ବଲରେ ଖୁବ୍ ରନ ସଂଗ୍ରହ କରିଥିଲେ।  

ଆହୁରି ପଢ଼ନ୍ତୁ : IPL 2023 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢିଗଲା ଶକ୍ତି, ବୁମ୍ରାଙ୍କ ସମେତ ଏହି ଘାତକ ବୋଲର ହେଲେ ସମ୍ପୂର୍ଣ ଠିକ

ଏହି ସମୟରେ ପ୍ରଥମ ଇନିଂସ ବିରତି ପରେ ସୁର୍ଯ୍ୟ କହିଥିଲେ ଯେ, “ଟି20 ଫର୍ମାଟରେ ଏକ ଶତକ ହାସଲ କରିବା ସର୍ବଦା ସ୍ୱତନ୍ତ୍ର କିନ୍ତୁ ସେହି ସମୟରେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବା ମୋ ପାଇଁ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ଥିଲା। ହାର୍ଦ୍ଦିକ ମୋତେ 18 କିମ୍ବା 19 ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ କହିଥିଲେ। ଆଉ ରନ୍ 185+ କରିବାକୁ କହିଥିଲେ। 16 ତମ ଓଭର ଶେଷ ହେବା ପରେ, ଏହାକୁ ଗଭୀର ଭାବରେ ନେବା ବିଷୟରେ ଆମେ କଥାବାର୍ତ୍ତା ହୋଇଥିଲୁ। ​​​​​​