ବିରାଟ - ରୋହିତଙ୍କ ବିନା ଟିମ୍ ଇଣ୍ଡିଆ ର ଅବସ୍ଥା ବର୍ତ୍ତମାନ କେମିତି ଅଛି ? ଶିଖର ଧାୱନ ଦେଲେ ଉତ୍ତର...

 
shikhar dhawan on kohli and rohit

କ୍ରିକେଟ ଖବର : ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛନ୍ତି। ଧାୱନଙ୍କୁ ODI ସିରିଜ ପାଇଁ ଅଧିନାୟକ କରାଯାଇଛି, ଏହା ପୂର୍ବରୁ ଟି-20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା।

ind vs sa sikhar dhawan statement after won series

ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ପରି ଭେଟେରାନଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ନୂତନ ପିଢ଼ିର୍ ଝଲକ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଶିଖର ଧାୱନ ଭବିଷ୍ୟତର ଖେଳାଳିଙ୍କ ବିଷୟରେ ମଧ୍ୟ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଯୁବ ଖେଳାଳିଙ୍କ ଖେଳକୁ ନେଇ ଏମିତି ବୟାନ୍ ଦେଲେ ଗବ୍ବର :

ଶିଖର ଧାୱନ କହିଛନ୍ତି ଯେ ଯୁବ ଖେଳାଳିଙ୍କ ପ୍ରତିଭାକୁ ଦେଖିଲେ ଟିମ୍ ଇଣ୍ଡିଆର ଭବିଷ୍ୟତ ସୁରକ୍ଷିତ ଅଛି। ଆମର କିଛି ଅଭିଜ୍ଞ ଖେଳାଳି ବର୍ତ୍ତମାନ ବିଶ୍ରାମ ନେଉଛନ୍ତି କିନ୍ତୁ ଏହି ଦଳ ଏପର୍ଯ୍ୟନ୍ତ ଶକ୍ତିଶାଳୀ ଅଛି, ଏହା ଆମ ଦଳର ଗଭୀରତାକୁ ଦର୍ଶାଉଛି। 

ଆହୁରି ପଢ଼ନ୍ତୁ : ରିୟାନ ପରାଗଙ୍କ ବଡ଼ ବଡ଼ କଥା, କହିଲେ "ଧୋନି ମ୍ୟାଚ ଫିନିସିଂରେ ମାଷ୍ଟର ଏବଂ ମୁଁ ମଧ୍ୟ କ୍ୟାରିୟର ଆରମ୍ଭରୁ ଏହା କରିଆସୁଛି ଏବଂ...

ସେ ଆହୁରି ବି କହିଛନ୍ତି ଯେ, ଏହା ଏକ ଯୁବ ଦଳ । ଆଉ ମୁଁ ଅଧିନାୟକତ୍ୱ କରୁଛି। ଏହା ଅତ୍ୟନ୍ତ ରୋମାଞ୍ଚକର, ମୋତେ ନିଜକୁ ଯୁବ ଖେଳାଳି ରୁପେ ଅନୁଭୁତ ହେଉଛି। କିନ୍ତୁ ଗମ୍ଭୀରତାର ସହିତ ଖେଳାଳିମାନେ ଏପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଏକ ଭଲ ସୁଯୋଗ, ଶୁଭମାନ ଯେପରି ବ୍ୟାଟିଂ କରିଛନ୍ତି ଏବଂ ଉମ୍ରାନଙ୍କ ବୋଲିଂ ଦଳରେ ପରିବର୍ତ୍ତନ ଆଣିଛି। ମୁଁ ଏହା ଦେଖି ଖୁସି ଅଛି।