IND vs PAK: ହଂକଂ ଅଧିନାୟକ ନିଜାକତ ଖାନ କହିଲେ, ଭାରତ-ପାକିସ୍ତାନ ମଧ୍ୟରେ କାହାର ବୋଲିଂ ବିପଦଜନକ

 
nizakat khan Statement on ind vs pak match

କ୍ରିକେଟ୍ ଖବର : ବର୍ତ୍ତମାନ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ସୁପର 4 ରାଉଣ୍ଡ ଚାଲୁଛି। ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଗତକାଲି ଭାରତ - ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଆଉ ଏହି ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ପରିଶେଷରେ ପାକିସ୍ତାନ ଦଳ ଟିମ୍ ଇଣ୍ଡିଆକୁ 5 ୱିକେଟରେ ପରାସ୍ତ କରିଥିଲା। 

ind vs pak

ଅନ୍ୟପଟେ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଟିମ୍ ଇଣ୍ଡିଆ ଉଭୟ ପାକିସ୍ତାନ ଆଉ ହଂକଂ ଦଳକୁ ପରାସ୍ତ କରି ସୁପର 4 ରାଉଣ୍ଡରେ ପ୍ରବେଶ କରିଥିଲା। ତେବେ ହଂକଂ ଦଳକୁ ଉଭୟ ଭାରତ ଏବଂ ପାକିସ୍ତାନ ପରାସ୍ତ କରିଥିଲେ। ତେବେ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ହଂକଂ ଦଳର ଅଧିନାୟକ ନିଜାକତ ଖାନ ଏକ ବଡ ବୟାନ ଦେଇଛନ୍ତି।

କଣ କହିଲେ ନିଜାକତ ଖାନ:

ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ନିଜାକତଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ଦଳ ଭାରତ ଏବଂ ପାକିସ୍ତାନ ଠାରୁ ହାରିଛି। ତେବେ କହି ପାରିବେ ବି କାହାର ବୋଲିଂ ଆଉ ବ୍ୟାଟିଂ ଲାଇନ ଅପ୍ ଷ୍ଟ୍ରଙ୍ଗ ? 

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜାକତ ଖାନ କହିଛନ୍ତି ଯେ, “ଏହି ଦୁଇଟି ମ୍ୟାଚରୁ ଅନେକ କିଛି ଶିଖିବାକୁ ମିଳିଲା। ପାକିସ୍ତାନ ଦଳ ବର୍ତ୍ତମାନ ଭଲ ଖେଳୁଛି। ତାଙ୍କର ବୋଲିଂ ଚମତ୍କାର ଥିଲା। ପାକିସ୍ତାନ ଅପେକ୍ଷା ଭାରତର ବୋଲିଂ ବିଭାଗ ଟିକେ ଦୃର୍ବଳ ଜଣାପଡୁଛି। କିନ୍ତୁ ଭାରତର ବ୍ୟାଟିଂ ଲାଇନ ଅପ୍ ବହୁତ ଷ୍ଟ୍ରଙ୍ଗ। 

ସୂଚନାଯୋଗ୍ୟ ଯେ, ଗ୍ରୁପ ପର୍ଯ୍ୟାୟରେ ହଂକଂ ଦଳକୁ ପାକିସ୍ତାନ ଦଳ 38 ରନରେ ଅଲଆଉଟ୍ କରି ଦେଇଥିଲା। ହଂକଂ ଦଳ ମାତ୍ର 10 ଓଭର ଖେଳି 38 ରନ ହିଁ କରିଥିଲା। 194 ରନର ଟାର୍ଗେଟକୁ ପିଛା କରି ଦଳ 155 ରନରେ ପାକିସ୍ତାନ ଠାରୁ ହାରିଥିଲା।