IND vs SA 2nd T20 ରେ ହାରିଲା ଭାରତ ମାତ୍ର ଏହି 3 ଜଣ ଖେଳାଳି ହେଲେ ମାଲାମାଲ, ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ ଅଗ୍ରଣୀ ହାସଲ କରିଛି। ଗତକାଲି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି -୨୦ ମ୍ୟାଚକୁ ୪ ୱିକେଟରେ ହାରିଛି।

ଶ୍ରେୟସ୍ ଆୟର ଭାରତର ରନକୁ ଅତି କଷ୍ଟରେ ଆଗକୁ ବଢାଇଥିଲେ। ସେ ଅତ୍ୟଧିକ ଆକ୍ରମଣାତ୍ମକ ଦେଖାଯାଉନଥିଲେ ସତ , କିନ୍ତୁ ଧୀରସ୍ଥିରରେ ଖେଳି ସେ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ। ସେ ୪୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। କାର୍ତ୍ତିକଙ୍କ ପୂର୍ବରୁ ଅକ୍ସର ପଟେଲ ଖେଳିବା ପାଇଁ ମଇଦାନକୁ ଆସିବା ଟିମ୍ ଇଣ୍ଡିଆ ପାଇଁ ଏକ କ୍ଷତି ବୋଲି ପ୍ରମାଣିତ ହୋଇଥିଲା । କାରଣ ୧୦ ରନ୍ ସ୍କୋର କରିବା ପରେ ଅକ୍ସର ଆଉଟ୍ ହୋଇଥିଲେ।

ଦୀନେଶ କାର୍ତ୍ତିକ ଏକ ଫିନିଶର ଭୂମିକାରେ ଅଭିନୟ କରିଥିଲେ। ସେ ୨ଟି ଚୌକା ଓ  ୨ଟି ଛକା ସହାୟତାରେ ୨୧ ବଲରେ ୩୦ ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ଦଳ ପାଇଁ ଏନ୍ରିକ୍ ସବୁଠାରୁ ସଫଳ ବୋଲର ଥିଲେ ଯେଉଁଠାରେ ସେ ୪ ଓଭରରେ ୩୬ ରନ୍ ପାଇଁ ୨ ୱିକେଟ୍ ନେଇଥିଲେ । ୱେନ ପର୍ନେଲ, କାଗିସୋ ରାବାଡା ଏବଂ କେଶବ ମହାରାଜ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ ।

ଦକ୍ଷିଣ ଆଫ୍ରିକା ଦଳ ଉପରେ ଭାରି ପଡ଼ିଥିଲେ ଭୁବନେଶ୍ବର କୁମାର :

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଣ୍ଟାଭାଙ୍ଗିଥିଲେ ଭୁବନେଶ୍ୱର କୁମାର। ସେ ଓପନର୍ ରେଜା ହେଣ୍ଡ୍ରିକ୍ସଙ୍କୁ ପ୍ରଥମ ଓଭରର ଶେଷ ବଲରେ ବୋଲ୍ଡ କରିଥିଲେ । ନିଜର ଦ୍ୱିତୀୟ ଓଭରରେ ଭୁବନେଶ୍ୱର କୁମାର ପୁଣିଥରେ ଦକ୍ଷିଣ ଆଫ୍ରିକାର ଡୁୱେନ ପ୍ରିଟୋରିୟସଙ୍କୁ ଆଉଟ୍ କରିଥିଲେ । ପୂର୍ବ ମ୍ୟାଚର ହିରୋ ଥିବା ରେସି ଭ୍ୟାନ୍ ଡେର୍ ଡୁସେନଙ୍କୁ ଭୁବନେଶ୍ୱର ନିଜର ତୃତୀୟ ଓଭରରେ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏଥି ସହିତ ହେନ୍ରିଚ୍ କ୍ଲାସେନଙ୍କ ୱିକେଟ୍ ମଧ୍ୟ ଭୁବନେଶ୍ୱର କୁମାର ନେଇଥିଲେ। ଯେଉଁଠାରେ ସେ ୪ ଓଭରରେ ୧୩ ରନ୍ ଦେଇ ୪ ୱିକେଟ୍ ନେଇଥିଲେ।

ମାଲାମାଲ ହେଲେ ଏହି ୩ ଜଣ ଖେଳାଳି :

ହେନ୍ରିଚ୍ କ୍ଲାସେନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟାଇଟଲ୍ ପ୍ରଦାନ କରାଯାଇଥିଲା, ଯେଉଁଠାରେ ତାଙ୍କୁ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାଚ୍ ପୁରସ୍କାରର ଡ୍ରିମ୍ ଏକାଦଶ ଗେମ୍ ଚେଞ୍ଜର ଭୁବନେଶ୍ୱର କୁମାରଙ୍କୁ ଦିଆଯାଇଥିଲା ଯେଉଁଠାରେ ସେ ୪ ଓଭରରେ ୧୩ ରନ୍ ପାଇଁ ୪ ୱିକେଟ୍ ନେଇଥିଲେ । ସେ ମଧ୍ୟ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ। ଆଉ ଏକ ଟ୍ରଫି ମଧ୍ୟ ପାଇଥିଲେ।

ଡେଭିଡ ମିଲରଙ୍କୁ ଆମ୍ବୁଜା ମଜବୁତ ପ୍ରଦର୍ଶନକାରୀ ପୁରସ୍କାର ପ୍ରଦାନ କରାଯାଇଥିଲା, ମିଲର ଏହି ମ୍ୟାଚରେ ୯୧ ମିଟରରୁ ଅଧିକ ଲମ୍ବାର ଏକ ଛକା ମାରିଥିଲେ, ଯେଉଁଥିପାଇଁ ତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଟ୍ରଫି ଦିଆଯାଇଛି।