IND vs BAN: କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ଲପ୍ ହେଲେ ବୋଲି ରାଗରେ ପ୍ରଶଂସକ କଲେ ଏହି ଖେଳାଳିଙ୍କୁ ଟ୍ରୋଲ୍

 
fans trolled hardik pandya

କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ବିପଦରେ ଅଛି। ଏହି ମ୍ୟାଚରେ ରୋହିତ ଶର୍ମା 2 ରନରେ ଆଉଟ୍ ହୋଇଛନ୍ତି। କିନ୍ତୁ କେ.ଏଲ୍ ରାହୁଲ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛନ୍ତି। ସୁର୍ଯ୍ୟକୁମାର ମଧ୍ୟ 16 ବଲରେ 30 ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ।

ଏହି ମ୍ୟାଚ୍‌ରେ ହାର୍ଦ୍ଦିକଙ୍କୁ ଏକ ଭଲ ଇନିଂସ ଖେଳିବାର ସମ୍ପୂର୍ଣ୍ଣ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହା କରିବାରେ ସଫଳ ହୋଇପାରିନଥିଲେ ଏବଂ 5 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। 

pandya trolled 1

ଯାହା ପରେ ପ୍ରଶଂସକମାନେ ହାର୍ଦ୍ଦିକଙ୍କ ଉପରେ କ୍ରୋଧ ଜାହିର କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି। 

ଜଣେ ୟୁଜର୍ ଲେଖିଛନ୍ତି , ଲଗାତର ଦୁଇଟି ମ୍ୟାଚରେ ହାର୍ଦ୍ଦିକ ଖରାପ ଖେଳୁଛନ୍ତି, ଏମିତିକି ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ହରାଇଦେଇଥାନ୍ତେ।

ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି ଗଲି କ୍ରିକେଟ ଶର୍ଟ ଖେଳୁଛନ୍ତି ହାର୍ଦ୍ଦିକ।