"ଶାର୍ଦୁଲ ଠାକୁରଙ୍କ ପାଖରେ କିଛି ଯାଦୁ ଶକ୍ତି ଅଛି" ଆକାଶ ଚୋପ୍ରା ଏମିତି କଣ କହିଦେଲେ ଠାକୁରଙ୍କ ବିଷୟରେ

 

କ୍ରିକେଟ୍ ଖବର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି ଯେ ଦଳର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କ ପାଖରେ କିଛି ଆଶ୍ଚର୍ୟ୍ୟଜନକ ଶକ୍ତି ଅଛି, ଯେଉଁଥିପାଇଁ ସେ ସବୁବେଳେ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୱିକେଟ୍ ନେଇଥାନ୍ତି।

୨୨ ଜୁଲାଇରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ମଧ୍ୟରେ ପ୍ରଥମ ୱାନଡେ ରେ ଶାର୍ଦ୍ଦୁଲ ଠାକୁର ୮ ଓଭରରେ ୫୪ ରନ୍ ପାଇଁ ୨ ୱିକେଟ୍ ନେଇଥିଲେ। ତାଙ୍କ ବୋଲିଂ ହେତୁ ଭାରତ ଏହି ମ୍ୟାଚକୁ ୩ ରନରେ ଜିତିଥିଲା। ଶାର୍ଦ୍ଦୁଲ ଠାକୁର କାଇଲ୍ ମେୟର ଏବଂ ଶ୍ୟାମରାହ ବ୍ରୁକ୍ସଙ୍କ ୱିକେଟ୍ ନେଇଥିଲେ।

ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଉପରେ ଆଲୋଚନା କରି ଆକାଶ ଚୋପ୍ରା ଶାର୍ଦ୍ଦୁଲ ଠାକୁରଙ୍କ ୱିକେଟ୍ ନେବା କ୍ଷମତା ବିଷୟରେ କହିଛନ୍ତି, ଠାକୁରଙ୍କ ପାଖରେ କିଛି ଶକ୍ତି ଅଛି ଯେ ସେ ୱିକେଟ୍ ନେଉଛନ୍ତି। ଶ୍ୟାମରାହ ବ୍ରୁକ୍ସ ଏବଂ କାଇଲ୍ ମେୟରଙ୍କ ମଧ୍ୟରେ ଏକ ସହଭାଗିତା ଥିଲା  । କିନ୍ତୁ ତା’ପରେ ତୁମେ ଗୋଟିଏ ନୁହେଁ ଦୁଇଟି ୱିକେଟ୍ ପାଇବ, ଏବଂ ସେହି ୱିକେଟ୍ କିଏ ନେବ, ବ୍ରୁକସ୍ ଏବଂ ମେୟରଙ୍କୁ କିଏ ଆଉଟ୍ କରିବ। ସେତେବେଳେ ଉଭା ହେଲେ ଭଗବାନ ଠାକୁର । 

ସୂଚନାଯୋଗ୍ୟ ଯେ, ଗତକାଲି ଖେଳାଯାଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ବି ଶାର୍ଦୁଲ ଠାକୁର ୭ ଓଭର ବୋଲିଂ କରି ୫୪ ରନ ବ୍ୟୟ କରିବା ସହିତ ୩ ଟି ୱିକେଟ୍ ନେଇଛନ୍ତି। ଆଉ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।