ଭାରତର ପ୍ରଦର୍ଶନ ଦେଖି ଗମ୍ଭୀର କହିଲେ "ଯେତେ ଯାହା ହେଲେ ମଧ୍ୟ ଏହି ଖେଳାଳିଙ୍କୁ T20 ବିଶ୍ୱକପ ଦଳରେ ସ୍ଥାନ ମିଳିବ ନାହିଁ"

 

କ୍ରିକେଟ ଖବର : ବର୍ତ୍ତମାନ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ସହିତ ଟିମ୍ ଇଣ୍ଡିଆ 5 ଟିକିଆ ଟି-20 ସିରିଜ୍ ଖେଳୁଛି। ଆଉ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ ଜିତିଥିବା ବେଳେ, ଟିମ୍ ଇଣ୍ଡିଆ ଗୋଟିଏ ମ୍ୟାଚ୍ ଜିତିଛି। ଯାହା ଫଳରେ ସିରିଜର୍ ସ୍ଥିତି 2-1 ରେ ରହିଛି।

ଭାରତୀୟ କ୍ରିକେଟ୍ ଦଳ କିଛି ମାସ ପରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ ପ୍ରସ୍ତୁତି ଚଳାଇଛି।  ଭାରତୀ ଦଳ ଆଗାମୀ କିଛି ମାସ ମଧ୍ୟରେ ଅନେକ ଦଳ ସହିତ ଟି-20 ସିରିଜ୍ ଖେଳିବ। ଏହି ସମୟ ମଧ୍ୟରେ, ଅନେକ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ବିଶ୍ୱକପ ପାଇଁ ଏକ ଶକ୍ତିଶାଳୀ ଭାରତୀୟ ଦଳ ଗଠନ କରିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି କାର୍ତ୍ତିକଙ୍ । ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ଅଧିକ ସୁଯୋଗ ମିଳିନଥିଲା କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ସେ ଭଲ ବ୍ୟାଟିଂ କରି ଭାରତ ପାଇଁ ଏକ ଭଲ ଫିନିଶର ଭୂମିକା ନିଭାଇଥିଲେ। କିନ୍ତୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଟି-20 ବିଶ୍ୱକପ ଦଳରେ ଅନ୍ତର୍ଭୁକ୍ତ ହେବା ନେଇ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି।

କାର୍ତ୍ତିକଙ୍କ ବିଷୟରେ କଣ କହିଲେ ଗମ୍ଭୀର ?

ଗୌତମ ଗମ୍ଭୀର କହିଛନ୍ତି ଯେ ବିଶ୍ୱକପ ପର୍ଯ୍ୟନ୍ତ ଦିନେଶ ଙ୍କୁ ଭଲ ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ।  କିନ୍ତୁ ଯଦି ସେ କେବଳ ଶେଷ 3 ଓଭରରେ ବ୍ୟାଟିଂ କରିବେ, ତେବେ ତାଙ୍କ ପାଇଁ ଏହା ବହୁତ କଷ୍ଟସାଧ୍ୟ ହେବ। ଏହି ପରିସ୍ଥିତିରେ ମୁଁ କାର୍ତ୍ତିକଙ୍କୁ ବିଶ୍ୱକପ ଦଳରେ ଦେଖୁ ନାହିଁ, ଦୀପକ ହୁଡା ଏବଂ ରିଷଭ ପନ୍ତ ତାଙ୍କ ସ୍ଥାନରେ ରହିବେ। 

ଗମ୍ଭୀର ଏହି ପ୍ରସଙ୍ଗରେ ଆହୁରି କହିଛନ୍ତି ଯେ ଯଦି କେ.ଏଲ୍ ରାହୁଲ, ରୋହିତ, କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ ପ୍ଲେଇଂ 11 ରେ ଦୀନେଶଙ୍କ ସ୍ଥାନ ତିଆରି କରିବା ମୁସ୍କିଲ ହେବ। ତେବେ ସେ ଯଦି ନିରନ୍ତର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି ତାହା ହେଲେ ସେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବେ।