ଭାରତର ଏହି ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୁର୍ବତନ ଅଧିନାୟକ, କହିଲେ ସେ ବିପଜ୍ଜନକ ଖେଳାଳି ଅଟନ୍ତି ଏବଂ...

 

କ୍ରିକେଟ ଖବର : ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ଫୁଲ୍ ଫର୍ମରେ ରହିଛି। ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ସିରିଜ୍, ଆଉ ଇଂଲଣ୍ଡକୁ ମାତ୍ ଦେଇ ଟି-୨୦ ସିରିଜ୍ ଜିତିବାରେ ସଫଳ ହୋଇଛି। ତେଣୁ ସମସ୍ତ କ୍ରିକେଟ ବିଶେଷଜ୍ଞ ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେଣି। କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ରସିଦ ଲତିଫ୍ ଜଣେ ଭାରତୀୟ କ୍ରିକେଟରଙ୍କ ବିଷୟରେ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଆଉ ସେହି ଖେଳାଳି ଜଣକ ହେଲେ ରିଷଭ ପନ୍ତ।  

ରିଷଭଙ୍କ ବିଷୟରେ କଣ କହିଛନ୍ତି ରସିଦ ଲତିଫ୍ : 

ରସିଦ ଲତିଫ୍ ରିଷଭଙ୍କର ଓପେନିଂ ବ୍ୟାଟିଂକୁ ନେଇ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଖେଳାଳି ଯେକୌଣସି ସ୍ଥାନରେ ବି ଭଲ ଖେଳି ପାରିବ। କିନ୍ତୁ ତାଙ୍କୁ ଓପେନିଂରେ ଛାଡିବା ଠିକ୍ ନୁହେଁ। ତାଙ୍କୁ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ଛାଡିଲେ ଦଳ ଆହୁରି ମଜବୁତ ହେବ। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଶୀର୍ଷ କ୍ରମରେ ରିଷଭ ପନ୍ତଙ୍କୁ  ଖେଳାଉଛନ୍ତି, କିନ୍ତୁ ସେ ବିପଜ୍ଜନକ ଖେଳାଳି ଅଟନ୍ତି। ପାୱାରପ୍ଲେରେ ଯେକେହି ବି ଖେଳିପାରିବେ। ଶ୍ରେଷ୍ଠ ଦଶ ମାନ୍ୟତାପ୍ରାପ୍ତ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନଅ ଜଣ ଓପନର୍ ଅଟନ୍ତି। ଯଦି ଶ୍ରେୟସ୍ ଆୟର ନିମ୍ନ କ୍ରମରେ ୨୮ ସ୍କୋର କରୁଛନ୍ତି, ଶୀର୍ଷକୁ ଯାଇ ୩୦ ରନ୍ ସ୍କୋର କରିବା ଅପେକ୍ଷା ଏହା ବହୁତ ଭଲ ଅଟେ। "

ମୁଁ ଅନୁଭବ କଲି ଭାରତର ରଣ କୌଶଳ ପରିବର୍ତ୍ତନ ବହୁତ ଅଧିକ ରହିଛି। ସେମାନେ ଯେଉଁ ଫର୍ମ ଦେଇ ଗତି କରୁଛନ୍ତି ତାହା ଦେଖି ଲାଗୁଚି , ଇଂଲଣ୍ଡ ବିପକ୍ଷରେ ଦଳ  ୩-୦ ରେ ଜିତିବା ଦରକାର ଥିଲା। କିନ୍ତୁ ହୋଇ ପାରିଲା ନାହିଁ।