ଭାରତ ପାଇଁ ଖୁସି ଖବର, ସିରିଜରୁ ବାହାରିଲେ ଦକ୍ଷିଣ ଆଫ୍ରିକାର ଏହି ଦୁଇ ଜଣ ବିସ୍ଫୋରକ୍ ଖେଳାଳି, ପଢନ୍ତୁ ରିପୋର୍ଟ

 

କ୍ରିକେଟ ଖବର : ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି। ଆଉ ଟିମ୍ ଇଣ୍ଡିଆ ସହିତ 5 ଟି ଟି-20 ସିରିଜ୍ ଖେଳୁଛି। ଏହି ସିରିଜର ତିନୋଟି ମ୍ୟାଚ୍ ସରିଥିବା ବେଳେ, ଦୁଇଟି ମ୍ୟାଚ୍ ଜିତିଛି ଦକ୍ଷିଣ ଆଫ୍ରିକା ଟିମ୍। ବର୍ତ୍ତମାନ ଏହି ସିରିଜର ସ୍ଥିତି 2-1 ରେ ରହିଛି। ସିରିଜର ଚତୁର୍ଥ ମ୍ୟାଚ୍ ଆସନ୍ତାକାଲି ରାଜକୋଟରେ ହେବ। ତେବେ ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳକୁ ଲାଗିଛି ଶକ୍ତ ଧକ୍କା। କାରଣ ଦୁଇ ଜଣ ବିସ୍ଫୋରକ୍ ଖେଳାଳି ଦଳରୁ ବାହାରିଛନ୍ତି। ଆଉ ସେହି ଦୁଇ ଖେଳାଳି ହେଲେ କ୍ବିଣ୍ଟନ୍ ଡି କକ୍ ଏବଂ ଏଡେନ ମାର୍କରମ। 

କାହିଁକି ଖେକିବେନି ଏହି ଦୁଇ ଖେଳାଳି ?

ଗୋଟିଏ ପଟେ ପ୍ରଥମ ମ୍ୟାଚ୍ ଖେଳି ଆଘାତ ହୋଇ ଚିକିତ୍ସିତ ହେଉଥିବା କ୍ବିଣ୍ଟନ୍ ଡି କକ୍ ଶେଷ ଦୁଇଟି ମ୍ୟାଚ୍ ଖେଳିବେ କି ନାହିଁ ତାହା ସନ୍ଦେହ ଘେରରେ ଥିବା ବେଳେ, ବର୍ତ୍ତମାନ ଏଡେନ ମାର୍କରମ ଦଳରୁ ବାହାରିବା ଚିନ୍ତାର ବିଷୟ ହୋଇଛି। 

15 ଜୁନରେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଟୁଇଟ୍ କରି କହିଛି ଯେ, ଏଡେନ ମାର୍କରମ ବର୍ତ୍ତମାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହି କାରଣରୁ ସେ ଭାରତ ବିପକ୍ଷ ଶେଷ ଦୁଇଟି ଟି-20 ମ୍ୟାଚ୍ ଖେଳିବେ ନାହିଁ। ମାର୍କରମ ବର୍ତ୍ତମାନ ସାତ ଦିନ ଆଇଶୋଲେଶନରେ ରହିବେ। ତାପରେ ଘରକୁ ଫେରିବେ। 

ସୂଚନାଯୋଗ୍ୟ ଯେ, ଡି କକଙ୍କର ସ୍ଥାନରେ ଦକ୍ଷିଣ ଆଫ୍ରିକା ଟିମରେ ହେଁନରିକ କ୍ଲାସେନ୍ ଖେଳୁଛନ୍ତି। ସେ କଟକ ବାରବାଟୀରେ ହୋଇଥିବା ଦ୍ଵିତୀୟ ମ୍ୟାଚରେ ଦମଦାର୍ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ଆଉ ବର୍ତ୍ତମାନ ମାର୍କରମଙ୍କ ସ୍ଥାନରେ ଦଳ କାହାକୁ ଖେଳାଇବ ତାହା ଏବେ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।