IPL 2022 ରେ ରିଷି ଧୱନ କାହିଁକି ପିନ୍ଧନ୍ତି ଫେସ୍‌ଗାର୍ଡ, କାରଣ ଜାଣିଲେ ଆପଣ ମଧ୍ୟ ହେବେ ତାଯୁବ

 

କ୍ରିକେଟ ଖବର: ହିମାଚଳପ୍ରଦେଶର ଅଲରାଉଣ୍ଡର ରିଷି ଧୱନଙ୍କୁ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚରେ ଖେଳିବାରେ ସୁଯୋଗ ମିଳିଛି । ସେ ବ୍ୟାଟିଂ କରିବାର ସୁଯୋଗ ପାଇନଥିବାବେଳେ ନିଜେ ପାୱାରପ୍ଲେ ବୋଲିଂ କରିବାର ସୁଯୋଗ ପାଇଥିଲେ । ଏହିସମୟରେ ରିଷି ଏକ ହେଡ଼ଗାର୍ଡ ପରିଧାନ କରିଥିଲେ ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । 

ତେବେ ସେ କାହିଁକି ଫେସଗାର୍ଡ ପିନ୍ଧିଥିଲେ ଆସନ୍ତୁ ଜାଣିବା:

ରିଷିଫେସଗାର୍ଡ ସହିତ ବୋଲିଂ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ସତ । ତେବେ ନିକଟରେ ହୋଇଥିବା ଆଘାତ ହେତୁ ସେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଯାଇ ଏହି ଫେସଗାର୍ଡକୁ ପରିଧାନ କରିଥିବା ଜଣାପଡ଼ିଛି । ସମ୍ପ୍ରତି ରଣଜୀ ଟ୍ରଫିରେ ତାଙ୍କୁ ନାକ ଉପରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେଣୁ ଏଥରୁ ସୁରକ୍ଷା ଦୃଷ୍ଟିରୁ ସେ ଫେସଗାର୍ଡ ବ୍ୟବହାର କରିଛନ୍ତି ।