ଫାଇନାଲରେ ହାରିବା ପରେ ବି ପାକିସ୍ତାନ ଉପରେ ହେବ ଟଙ୍କା ବର୍ଷା , ICC ଭାରତକୁ ମଧ୍ୟ ଦେବ ଏତେ କୋଟି ଟଙ୍କା

 
T20-World-Cup-2022-Prize-Money odia

କ୍ରିକେଟ ଖବର : ଟି -20 ବିଶ୍ୱକପର ଅନ୍ତିମ ମ୍ୟାଚ୍ 13 ନଭେମ୍ବର ରବିବାର ଦିନ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 8 ୱିକେଟ୍ ହରାଇ 137 ରନ୍ ସଂଗ୍ରହ କରିଥିଲା।

eng win

ଏହି ଟାର୍ଗେଟକୁ ଗୋଡାଇ ଇଂଲଣ୍ଡ ଦଳ 6 ଟି ବଲ ବାକି ରଖି ଏହି ଫାଇନାଲ୍ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ରନର୍ ଅପ୍ ଏବଂ ଉଭୟ ସେମିଫାଇନାଲିଷ୍ଟ ଆଉ ଫାଇନାଲରେ ବିଜେତା ଇଂଲଣ୍ଡ କ୍ରିକେଟ୍ ଦଳ କେତେ ଟଙ୍କା ପାଇବେ? ଆଇସିସି ଏହି ଦଳ ମାନଙ୍କୁ କେତେ ଟଙ୍କା ଦେବ ଆସନ୍ତୁ ଜାଣିବା। 

ପାକିସ୍ତାନ ଆଉ ଇଂଲଣ୍ଡ ଦଳ ଉପରେ ହେବ ଟଙ୍କା ବର୍ଷା :

30 ବର୍ଷ ପରେ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଏବଂ ପାକିସ୍ତାନ ପୁଣି ମୁହାଁମୁହିଁ ହୋଇଥିଲେ। କାରଣ 1992 ମସିହାରେ ପାକିସ୍ତାନ ପୂର୍ବରୁ ଇଂଲଣ୍ଡକୁ ପରାସ୍ତ କରିଥିଲା। ଆଉ ବିଶ୍ୱ ବିଜେତା ହୋଇଥିଲା। କିନ୍ତୁ ବର୍ତ୍ତମାନ ଇଂରାଜୀ ଦଳ ପାକିସ୍ତାନକୁ ଇତିହାସ ପୁନରାବୃତ୍ତି କରିବାକୁ ଦେଲା ନାହିଁ ଏବଂ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ହାସଲ କରିଛି ଇଂଲଣ୍ଡ ଦଳ। ଆଉ ପ୍ରଥମ ଦଳ ଭାବରେ ୱେଷ୍ଟଇଣ୍ଡିଜ ଏହି କାର୍ଯ୍ୟ କରି ସାରିଛି। 16 ଟିମ ସହିତ ଟି -20 ବିଶ୍ୱକପ 2022 ଆରମ୍ଭ ହୋଇଥିଲା। ବିଶ୍ୱକପ ଜିତିବାର ସ୍ୱପ୍ନ ସହିତ ସମସ୍ତ ଦଳ ଟୁର୍ନାମେଣ୍ଟରେ ପହଞ୍ଚିଥିଲେ। କିନ୍ତୁ କେବଳ ପାକିସ୍ତାନ ଏବଂ ଇଂଲଣ୍ଡ ଫାଇନାଲ ଖେଳିଥିଲେ।

ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ବିଶ୍ୱକପ ଜିତିଥିଲା।  ଏଥି ସହିତ, ଏହି ବିଜୟ ପରେ ଇଂରାଜୀ ଖେଳାଳିମାନେ ବିଶ୍ୱକପ ବିଜେତା ଦଳ ହୋଇଥିବାରୁ ପୁରସ୍କାର ସ୍ୱରୂପ 1,600,000 ଡଲାର (ପ୍ରାୟ 13 କୋଟି ଟଙ୍କା) ପୁରସ୍କାର ରାଶି ପାଇବେ। ଅନ୍ୟପକ୍ଷରେ ଫାଇନାଲରେ ହାରିଥିବା ଦଳ (ରନର୍ ଅପ୍) କୁ 8,00,000 ଡଲାର ଅର୍ଥାତ୍ 6.5 କୋଟିରୁ ଅଧିକ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ପାକିସ୍ତାନ କ୍ରିକେଟ ଦଳ ପାଇବ। 

ଭାରତକୁ ମଧ୍ୟ ମିଳିବ ଏତେ କୋଟି :

ଭାରତୀୟ ଦଳ ସୁପର -12 ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିଲା। କିନ୍ତୁ ସେମିଫାଇନାଲରେ ରୋହିତବାହିନୀକୁ ଇଂଲଣ୍ଡ ଦଳଠୁ 10 ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଯାହା ପରେ ବିଶ୍ୱକପ ଜିତିବାର ଭାରତୀୟ ପ୍ରଶଂସକଙ୍କ ସ୍ୱପ୍ନ ମଧ୍ୟ ଭାଙ୍ଗିଗଲା। ଏଥି ସହିତ ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ଏବଂ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ତେବେ ସେମିଫାଇନାଲରେ ହାରିଥିବା ଏହି ଉଭୟ ଦଳକୁ ପ୍ରତ୍ୟେକଙ୍କୁ 4,00,000 ଡଲାର ଲେଖାଏଁ (3 କୋଟିରୁ ଅଧିକ) ସମ୍ମାନଜନକ ପୁରସ୍କାର ରାଶି ଆଇସିସି ପ୍ରଦାନ କରିବ।