ଦେଖନ୍ତୁ ଭିଡ଼ିଓ: ଅନ୍ରିଚ୍ ନର୍କିଆଙ୍କ ଘାତକ ବାଉନ୍ସ ବଲ ଋତୁରାଜଙ୍କ ମୁଣ୍ଡରେ ବାଜି ହେଲା ଚୌକା, ଅଳ୍ପକେ ବଞ୍ଚିଲେ ବ୍ୟାଟ୍ସମ୍ୟାନ

 

କ୍ରିକେଟ ଖବର : ବିଶାଖାପାଟନମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -20 ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା ଯେଉଁଠାରେ ଭ୍ରମଣକାରୀ ଦଳ ଟସ୍ ଜିତିବା ପରେ ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।  ଟିମ୍ ଇଣ୍ଡିଆର ଯୁବ ଓପନର୍ ରୁତୁରାଜ ଗାଇକୱାଡଙ୍କ ବ୍ୟାଟ୍ ପ୍ରଥମ ଦୁଇଟି ମ୍ୟାଚରେ ଶାନ୍ତ ଦେଖାଯାଉଥିଲା କିନ୍ତୁ ତୃତୀୟ ମ୍ୟାଚରେ ସେ ଧମାଲ ମଚାଇଥିଲେ। ଆଉ ଋତୁରାଜ , ଇଶାନ୍ କିଶାନ୍ ଏବଂ ବୋଲରଙ୍କର ଦମଦାର୍ ଖେଳ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚ୍ ଜିତିଛି। 

ଏହି ସମୟରେ, ଦକ୍ଷିଣ ଆଫ୍ରିକାର ଦ୍ରୁତତମ ବୋଲର ଅନ୍ରିଚ୍ ନର୍କିଆ ଏବଂ ଗାଇକୱାଡଙ୍କ ମଧ୍ୟରେ ଗୋଟିଏ ଓଭରରେ ଏକ ଆକର୍ଷଣୀୟ ମୁକାବିଲା ହୋଇଥିଲା। ଆଉ ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। 

ଦୁହିଁଙ୍କ ମଧ୍ୟରେ କଣ ହେଲା ? 

ଏହି ମାମଲା ଭାରତୀୟ ଇନିଂସର ପଞ୍ଚମ ଓଭରର। ଏହି ପଞ୍ଚମ ଓଭର ନର୍କିଆ ପକାଉଥିଲେ। ଆଉ ତାଙ୍କୁ ସାମ୍ନା କରୁଥିଲେ ଋତୁରାଜ। ସେ ନର୍କିଆଙ୍କ ପ୍ରଥମ ଏବଂ ଦ୍ଵିତୀୟ ବଲରେ ଶାନଦାର ଦୁଇଟି ଚୌକା ମାରିଥିଲେ। କିନ୍ତୁ ତୃତୀୟ ବଲଟି ନର୍କିଆ ରାଗି ଯାଇ ବାଉନ୍ସର ପକାଇଥିଲେ।