ENG vs IND 2nd T20: "ମୁଁ ଏହାର ଉତ୍ତର ଦେବାକୁ ଚାହେଁ ନାହିଁ" ମ୍ୟାଚ ପରେ ଭୁବନେଶ୍ୱର କୁମାର କେଉଁ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଥିଲେ?

 

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ୍ ଷ୍ଟାଡିୟମରେ ଖେଳାଯାଇଥିଲା ଯେଉଁଠାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ 49 ରନ୍ ରେ ଏହି ମ୍ୟାଚ୍ ଜିତିଥିଲା । ଭାରତ ଜିତିବାରେ ଭୂବନେଶ୍ୱର କୁମାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଏହା ପରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ବିଚାର କରାଯାଇଥିଲା ।

ମ୍ୟାଚ ପରେ ଭୁବନେଶ୍ୱର କୁମାରଙ୍କ ବିବୃତ୍ତି:

ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବା ପରେ ଭୁବନେଶ୍ୱର କୁମାର କହିଛନ୍ତି ଯେ ବଲ୍‌ ସୁଇଙ୍ଗ୍ କଲେ ମୋତେ ମଜା ଲାଗେ। ବର୍ଷ ବର୍ଷ ଧରି ଇଂଲଣ୍ଡରେ ଏହା ଅଧିକ ପରିବର୍ତ୍ତନ ହୋଇନାହିଁ । ଯେତେବେଳେ ବଲ୍ ସୁଇଙ୍ଗ୍ ହୁଏ, ତୁମେ ବୋଲିଂକୁ ଉପଭୋଗ କର । କିନ୍ତୁ ଯଦି ମୁ ଭୁଲ୍ ନୁହେ ତେବେ ବର୍ଷ ବର୍ଷ ଧରି ଇଂଲଣ୍ଡର ପିଚ ରେ ଅଧିକ ପରିବର୍ତ୍ତନ ହୋଇନାହିଁ । ମୋ ପାଇଁ ଭଲ ଯେ ଧଳା ବଲ ଲାଲ ବଲ ଅପେକ୍ଷା ଅଧିକ ସୁଇଙ୍ଗ୍ କରେ ।

ଭୁବନେଶ୍ୱର କୁମାର ଆହୁରି କହିଛନ୍ତି,

“ବଟଲର ଜଣେ ବିପଜ୍ଜନକ ଖେଳାଳି ଏବଂ ଯଦି ସେ ପାୱାରପ୍ଲେ ରେ ରହି ଯାଆନ୍ତି, ତେବେ ସେ ବଡ଼ ସ୍କୋର କରିପାରିବେ। ଯଦି ବଲ୍ ସୁଇଙ୍ଗ୍ ହୁଏ, ଏହା ଆପଣଙ୍କୁ ଭଲ କରିବାକୁ ପ୍ରେରଣା ଦିଏ ଏବଂ ମୁଁ ବର୍ତ୍ତମାନ ଆତ୍ମବିଶ୍ଵାସୀ ଅଟେ। "

ଶେଷରେ ଯେତେବେଳେ ତାଙ୍କୁ ତାଙ୍କ ଆଘାତ ବିଷୟରେ ପଚରାଯାଇଥିଲା, ଭୁବନେଶ୍ୱର କୁମାର କହିଛନ୍ତି,

ମୁଁ ଏହାର ଉତ୍ତର ଦେବାକୁ ଚାହେଁ ନାହିଁ ଏବଂ ଯଦି ମୁଁ ଖେଳୁଛି ତେବେ ସବୁକିଛି ଠିକ ଅଛି। ଯଦି କେହି ମୋତେ ଭାରତରେ ସମାନ କଥା ପଚାରନ୍ତି, ମୁଁ ଏହାର ଉତ୍ତର ଦେଉ ନାହିଁ। "