ଦେଖନ୍ତୁ ଭିଡ଼ିଓ: ପୁଣି ବେଖାତିର ସଟ୍ ଖେଳି ଦ୍ଵିତୀୟ ଟି-20 ରେ ଶୀଘ୍ର ଆଉଟ୍ ହେଲେ ରିଷଭ ପନ୍ତ

 

କ୍ରିକେଟ୍ ଖବର : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି -20 ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲା।  ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରେ ଆଉଟ୍ ହୋଇଥିଲେ କିନ୍ତୁ ବାକି ବ୍ୟାଟ୍ସମ୍ୟାନମାନେ ଆକ୍ରମଣାତ୍ମକ ମନୋଭାବ ଜାରି ରଖି ଖେଳିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ୱିକେଟ୍ ମଧ୍ୟ କ୍ରମାଗତ ଭାବରେ ଟିମ୍ ଇଣ୍ଡିଆର ପଡ଼ିବାକୁ ଲାଗୁଥିଲା। 

ଏହି ମ୍ୟାଚରେ ପ୍ରଶଂସକମାନେ ରିଷଭ ପନ୍ତଙ୍କଠାରୁ ବହୁତ କିଛି ଆଶା ରଖିଥିଲେ ଏବଂ ସେ ଯେଉଁଭଳି ନିଜର ଖେଳ ଆରମ୍ଭ କରିଥିଲେ ତାହା ଦେଖି ଲାଗୁଥିଲା ଯେ ODI ପରେ ତାଙ୍କ ବ୍ୟାଟ୍ ମଧ୍ୟ ଟି -20 ରେ ଦମଦାର୍ ଚାଲିବାକୁ ଆରମ୍ଭ କରିଛି। କିନ୍ତୁ ସେ ପୁଣି ଥରେ ଆଶା ଭାଙ୍ଗି ଦେଇଥିଲେ। ପନ୍ତ ଆଉଟ୍ ହେବା ପୂର୍ବରୁ 12 ଟି ବଲରେ 24 ରନ୍ର ଏକ ଇନିଂସ ଖେଳିଥିଲେ।

ତାଙ୍କର ଏହି କ୍ଷୁଦ୍ର ଇନିଂସରେ ସେ ଯେଉଁ ପ୍ରକାର ଶଟ୍‌ ଖେଳିଥିଲେ, ସେହି ଶଟ୍‌ର ପ୍ରଶଂସା ନକରି କେହି ରହି ପାରିବେ ନାହିଁ, କିନ୍ତୁ ଯେଉଁଭଳି ଭାବେ ସେ ଆଉଟ୍ ହେଲେ ତାହା ସମାଲୋଚକମାନଙ୍କ ଟାର୍ଗେଟକୁ ଆସିଯାଇଛି। 

ସପ୍ତମ ଓଭରର ତୃତୀୟ ବଲରେ ସେ ଛକା ମାରିବା ଚର୍କରରେ ନିଜ ୱିକେଟ୍ ହରାଇଥିଲେ, କିନ୍ତୁ ଧ୍ୟାନ ଦେବା କଥା ହେଉଛି ଯେ ସେ ପୂର୍ବ ବଲରେ ଚମତ୍କାର ଚୌକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ନିଜର ଧର୍ଯ୍ୟ ହରାଇ ଛକା ମାରିବାର ପ୍ରୟାସ କରି ବାଉଣ୍ଡରୀ ଲାଇନରେ କ୍ୟାଚ ଦେଇ ବସିଥିଲେ। ଯଦି ସେ ଛକା ମାରିବାର ପ୍ରୟାସ କରି ନ ଥାନ୍ତେ , ଧର୍ଯ୍ୟର ସହ ଆଗକୁ ଖେଳିଥାନ୍ତେ ତେବେ ଗତକାଲିର ମ୍ୟାଚ ଭାରତ ସପକ୍ଷରେ ହୁଅନ୍ତା ବୋଲି ସମାଲୋଚକମାନେ ମତ ଦେଇଛନ୍ତି। 

ଦେଖନ୍ତୁ ଭିଡିଓ :