ଦେଖନ୍ତୁ ଭିଡ଼ିଓ: 'DK ଭାଇ ସବୁ କଣ୍ଟ୍ରୋଲରେ ତ' ପ୍ରଥମ ଥର ପାଇଁ ବୋଲିଂ କଲେ କାର୍ତିକ, 2ଟି ଛକା ବାଜିବା ପରେ ପନ୍ତ କଲେ ପରିହାସ

 

କ୍ରିକେଟ୍ ଖବର : ଗତ 10 ମାସ ମଧ୍ୟରେ ଟିମ ଇଣ୍ଡିଆ ଟି-20 କ୍ରିକେଟରେ ଅନେକ ପରୀକ୍ଷଣ କରିଛି। ଚଳିତ ବର୍ଷ ଶେଷରେ ଟି -20 ବିଶ୍ୱକପ ପୂର୍ବରୁ ବିସିସିଆଇ ଏକ ଭଲ ଟି-20 ଦଳର ସଂଧାନରେ ଲାଗି ପଡିଛି। ଏହି ଧାରାରେ ବର୍ତ୍ତମାନ ଅଭିଜ୍ଞ ଖେଳାଳି ଦୀନେଶ କାର୍ତ୍ତିକଙ୍କୁ ନେଇ ଏକ ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି।

ଏସିଆ କପର ସୁପର 4 ରାଉଣ୍ଡର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦୀନେଶ କାର୍ତ୍ତିକ ବୋଲିଂ କରିଥିଲେ। ଜଣେ ବୋଲର ହିସାବରେ ତାଙ୍କୁ ପରୀକ୍ଷା କରାଯାଇଥିଲା। ସେ ବୋଲିଂ କରିବା ସମୟରେ ୱିକେଟ୍ କିପର ରିଷଭ ପନ୍ତ  ଏକ ମଜାଳିଆ ମନ୍ତବ୍ୟ ଦେଇଥିଲେ। ଯାହା ଷ୍ଟମ୍ପରେ ଲାଗିଥିବା ମାଇକରେ ରେକର୍ଡ ହୋଇ ଭାଇରାଲ୍ ହୋଇଛି। 

213 ରନର ଲକ୍ଷ୍ୟକୁ ଫଲୋ କରି ଆଫଗାନିସ୍ତାନ ଦଳ 19 ଓଭରରେ ମାତ୍ର ଆଠ ଜଣଙ୍କୁ ହରାଇ 93 କରିଥିଲା।   ଯେଉଁ କାରଣରୁ ଏହି ମ୍ୟାଚର ଶେଷ ଓଭର ଅଧିନାୟକ କେ.ଏଲ୍ ରାହୁଲ ଦୀନେଶ କାର୍ତ୍ତିକଙ୍କୁ ପକାଇବାକୁ ଦେଇଥିଲେ। ଦୀନେଶ କାର୍ତ୍ତିକ ପୂର୍ବରୁ କିମ୍ବା ଇଣ୍ଡିଆନ ପ୍ରିମିୟର ଲିଗରେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିନାହାଁନ୍ତି, ଯଦିଓ ଡି.କେ ଘରୋଇ କ୍ରିକେଟରେ ବୋଲିଂ କରିଛନ୍ତି।

ଶେଷ ଓଭରରେ ଦୀନେଶ କାର୍ତ୍ତିକ ବୋଲିଂ କରିବାକୁ ଆସିଥିଲେ ଏବଂ ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ ତାଙ୍କ ଓଭରରେ 18 ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ବ୍ୟାକ୍-ଟୁ-ବ୍ୟାକ୍ ଦୁଇଟି ଛକା ରହିଥିଲା।ଅନ୍ତିମ ବଲ ପରେ ରିଷଭ ପନ୍ତ,ଦୀନେଶ କାର୍ତ୍ତିକଙ୍କୁ ପରିହାସ କରିଥିଲେ ଯାହା ଷ୍ଟମ୍ପରେ ଲାଗିଥିବା ମାଇକରେ ରେକର୍ଡ ହୋଇଛି। ରିଷଭ ପନ୍ତ କହିଥିଲେ ଯେ, 'ଡି.କେ ଭାଇ, ସବୁକିଛି ନିୟନ୍ତ୍ରଣରେ ଅଛି ତ '। 

ଦେଖନ୍ତୁ ଭିଡ଼ିଓ :