ଭୁବନେଶ୍ୱରଙ୍କୁ ବୋଲିଂ କଣ ପାଇଁ ଦେଲେ ନାହିଁ? ରୋହିତ ଶର୍ମା ବୁଝାଇଲେ ରଣନୀତି, 2ଟି ବଲ ରେ ହାରିଯାଇଥିଲେ ମ୍ୟାଚ

 

କ୍ରିକେଟ୍ ଖବର : ୱେଷ୍ଟଇଣ୍ଡିଜ ବନାମ ଭାରତ, ପାଂଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ୫ ୱିକେଟରେ ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ ଦଳ। ଏହା ସହିତ ସିରିଜ୍ ୧- ୧ ରେ ବରାବର ହୋଇଛି। ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ ଟିମ ଶେଷ ଓଭର ରେ ଜିତିବା ପାଇଁ ୧୦ ରନର ଦରକାର ଥିଲା। ଆଉ ଶେଷ ଓଭରର ୨ଟି ବଲରେ ଚୌକା ଏବଂ ଛକା ମାରି ଡିଭନ୍ ଥୋମାସ୍ ନିଜ ଦଳକୁ ବିଜୟ ଦେଇଥିଲେ ।

କିନ୍ତୁ ଏହି ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଘଟଣା ଏହା ଥିଲା ଯେ, ଭାରତୀୟ ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ୨ ଓଭର ବାକି ଥାଇ ବି ତାଙ୍କୁ ବୋଲିଂ ପକାଇବାର ସୁଯୋଗ ଦେଇନଥିଲେ ରୋହିତ। ବର୍ତ୍ତମାନ ପ୍ରଶ୍ନ କି ରୋହିତ , ଭୁବନେଶ୍ୱରଙ୍କୁ ନିଜର ରଣନୀତିରେ   ଅଲଗା କଣ ପାଇଁ କଲେ। ମ୍ୟାଚ୍ ପରେ ନିଜେ ଏହି ଘଟଣା ଉପରେ କଣ କାରଣ ଅଛି କହିଥିଲେ ଅଧିନାୟକ ରୋହିତ।

କଣ କହିଲେ ରୋହିତ : 

ଦ୍ୱିତୀୟ ମୁକାବିଲା ହାରିବା ପରେ ରୋହିତ ଶର୍ମା କହିଛନ୍ତି , ମତେ ଜଣା ଥିଲା କି ଭୁବି ଆମ ପାଇଁ କଣ କରିପାରିବେ ଏବଂ ଆମ ପାଇଁ କେତେବର୍ଷ ହେବ କଣ କରିଆସିଛନ୍ତି । କିନ୍ତୁ ଯଦି ଆମେ ଆବେଶ ଏବଂ ଅର୍ଶଦୀପଙ୍କୁ ମୌକା ଦେବୁନାହିଁ ତାହେଲେ ତାଙ୍କ ବିଷୟରେ କେମିତି ଜାଣିପାରିବୁ । ରୋହିତ ଶର୍ମାଙ୍କ କଥାରୁ ସ୍ପଷ୍ଟ ଜଣାପଡିଥିଲା ଅର୍ଶଦୀପ ସିଂହ ଏବଂ ଆବେଶ ଖାନ ନିଜର ଲକ୍ଷ୍ୟ ହାସଲ କୁ ପ୍ରମାଣିତ କରିବା ପାଇଁ ତାଙ୍କୁ ପୁରା ମୌକା ଦେବା ଆବଶ୍ୟକ । ଯାହାଦ୍ୱାରା ଆମେ ସେ ଦୁଇଜଣଙ୍କ ଠାରୁ ମ୍ୟାଚର ସବୁଠୁ କଠିନ ଓଭର ଦେଇଥିଲୁ ।

ରୋହିତ ଶର୍ମା ନିଜର ବୋଲର କୁ ତାରିଫ କରି ଆଗକୁ କହିଲେ କି ଏହା ସାଧାରଣ ଖେଳ ଥିଲା । ତାଙ୍କ ପାଖରେ ଦକ୍ଷତା ଓ କୌଶଳ ମଧ୍ୟ ରହିଛି । ମତେ ଆମର ବୋଲର ଓ ଟିମ ଉପରେ ଗର୍ବ ହେଉଛି । ଏହି ଟାର୍ଗେଟ ୧୩-୧୪ ଓଭର ରେ ହାସଲ କରାଯାଇପାରିବ କିନ୍ତୁ ସେମାନେ ୨୦ ତମ ଓଭରଯାଏ ନେଇଯାଇଥିଲେ । ମତେ ଲାଗୁଛି କି ଖେଳାଳି ତାଙ୍କ ହିସାବରେ ଭଲ ଖେଳିଥିଲେ ଏବଂ ମୁଁ ଆମ ବୋଲିଂକୁ ନେଇ ବହୁତ ଖୁସି ଅଛି ।