ଆଫ୍ରିକା କୁ ହରେଇ ପାକିସ୍ତାନ ସେମିଫାଇନାଲ ପାଇଁ ଆଗକୁ ବଢ଼ିଲା, ଭାରତର ଗୋଟେ ଭୁଲ ପାକିସ୍ତାନ କୁ ସେମି-ଫାଇନାଲ ରେ ପହଞ୍ଚେଇ ଦେବ

 

କ୍ରିକେଟ ଖବର : 4ଟି ମ୍ୟାଚ ଖେଳି ଲଗାତାର ଦୁଇଟି ପରାଜୟ ଆଇସିସି ପୁରୁଷ ଟି -20 ବିଶ୍ୱକପ 2022 ରେ ପାକିସ୍ତାନକୁ ବିପଦରେ ପକାଇଛି। ସେମିଫାଇନାଲ ପହଁଚିବା ଯାତ୍ରା ପାକିସ୍ତାନ ପାଇଁ ବର୍ତ୍ତମାନ ସହଜ ହୋଇନାହିଁ।

ବାକି ଗୋଟିଏ ମ୍ୟାଚ ପାକିସ୍ତାନକୁ ଯେମନ୍ତ ରୂପେ ବି ଜିତିବାକୁ ପଡିବ। ଯଦି ବଳକା ମ୍ୟାଚ ବାବରସେନା ଜିତେ ତେବେ ବି ରନରେଟ୍ ହିସାବରେ ଦୁଇଟି ଦଳ ସେମିଫାଇନାଲରେ ପ୍ରବେଶ କରିବ।

ସୁପର 12 ପର୍ଯ୍ୟାୟରେ ଜିମ୍ବାୱେ ଠାରୁ ହାରିବା ପରେ ଅଧିନାୟକ ବାବର ଆଜାମ ସ୍ୱୀକାର କରିଛନ୍ତି ଯେ “ସତ କହିବାକୁ ଗଲେ ଏହା କଷ୍ଟସାଧ୍ୟ। ବର୍ତ୍ତମାନ ସେମିଫାଇନାଲ ରାସ୍ତା ଆମ ପାଇଁ କଷ୍ଟ ହୋଇଛି। କିନ୍ତୁ ପାକିସ୍ତାନରେ ନକ୍ଆଉଟ୍ ପର୍ଯ୍ୟାୟରେ ଭଲ ଖେଳି ସେମିଫାଇନାଲ ପହଞ୍ଚିବାର ଆଶାର ଝଲକ ରହିଛି।  

ପ୍ରଥମେ ସେମାନେ ଗୁରୁବାର ଦିନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଲେ ଏବଂ ଏବେ ସେମାନଙ୍କୁ ଫାଇନାଲ ରାଉଣ୍ଡ ମ୍ୟାଚକୁ ଯିବାର ସୁଯୋଗ ମିଳିଛି, ପାକିସ୍ତାନ ତା’ପରେ ବାଂଲାଦେଶ କୁ ବି ବୃହତ ରନ ରେଟରେ ପରାଜୟ କରିବାକୁ ପଡିବ। ତାହା ହେଲେ ପାକ୍ ଦଳ ସେମିଫାଇନାଲକୁ ଯାଇପାରେ ବୋଲି ଆଲୋଚନା ହେଉଛି।

ବାବର ଦଳ ଏହି ମ୍ୟାଚ ଜିତିଲେ 6 ପଏଣ୍ଟ ପାଇବେ। ବର୍ତ୍ତମାନ ଦଳ 4 ପଏଣ୍ଟ ପାଇଛି। ତେଣୁ ଯଦି ସେମାନେ ବାଂଲାଦେଶକୁ ପରାସ୍ତ କରନ୍ତି ତେବେ ସେମାନେ 6 ପଏଣ୍ଟ ପାଇବେ। ଆଉ ରନ ରେଟ୍ ହିସାବରେ ସେମିକୁ ଯାଇ ପାରନ୍ତି।

ଭାରତ ପାଇଁ କର ବା ମର ସ୍ଥିତି:

ଯଦି ଭାରତ ଆଗାମୀ ମ୍ୟାଚ ଜିମ୍ବାୱେ ଠାରୁ ହାରିଯାଏ ତେବେ ପାକିସ୍ତାନ ନିଶ୍ଚିତ ଭାବରେ ସେମି ଫାଇନାଲ ରେ ପ୍ରବେଶ କରିବା କାରଣ ଭାରତ ର ନେଟ ରନ୍ ରେଟ ପାକିସ୍ତାନ ଠାରୁ କମ୍ ଅଛି । ସେଥିପାଇଁ ଭାରତକୁ ଯେକୌଣସି ପରିସ୍ଥିତି ରେ ଏହି ମ୍ୟାଚ କୁ ଜିତିବାକୁ ପଡିବ ।