ଦେଖନ୍ତୁ VIDEO: ବଟଲର୍ ଭାଙ୍ଗିଲେ 'ବୃଦ୍ଧ ମାଉସୀ'ଙ୍କ ହୃଦୟ, ମାଉସୀ ଦୁଃଖରେ କାନ୍ଦି କାନ୍ଦି ହେଲେ ବେହାଲ

 
old aunty reaction on jos buttler out by shami

କ୍ରିକେଟ୍ ଖବର : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ODI ମ୍ୟାଚ୍ ଭାରତର ସପକ୍ଷରେ ରହିଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୧୦ ୱିକେଟ୍ ରେ ଜିତିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ବ୍ୟାଟିଂ ଏବଂ ବୋଲିଂରେ ଇଂରାଜୀ ଦଳର ମେରୁଦଣ୍ଡ ଭାଙ୍ଗିଦେଇଥିଲା। ଏହି ସମୟରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ତାଙ୍କ ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ, କିନ୍ତୁ ଯେତେବେଳେ ସେ ଆଉଟ୍ ହୋଇଗଲେ, ସେତେବେଳେ ଜଣେ ବୃଦ୍ଧା ପ୍ରଶଂସକ ଅଜବ ପ୍ରକାରର ପ୍ରତିକ୍ରିୟା ଦେଇଥିଲେ।

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ବୃଦ୍ଧା ମାଉସୀଙ୍କ ପ୍ରତିକ୍ରିୟା ଦେଖିଲେ ଲାଗୁଛି ସତେ ଯେପରି ବଟଲର ଆଉଟ୍ ହୋଇ ତାଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି। ଜୋସ୍ ବଟଲର୍ ଇଂଲଣ୍ଡ ଦଳ ପାଇଁ 32 ବଲରେ 30 ରନର ଏକ ଇନିଂସ ଖେଳିଥିଲେ। ତେବେ ଶାମିଙ୍କ ମାରାତ୍ମକ ବୋଲିଂରେ ସେ ଆଉଟ୍ ହୋଇଥିଲେ। 

aunty unhappy butller out

ଇଂଲଣ୍ଡ ଇନିଂସର 15 ତମ ଓଭରରେ ଏହି ଘଟଣା ଘଟିଥିଲା। ଇଂଲଣ୍ଡ ପୂର୍ବରୁ 6ଟି ୱିକେଟ୍ ହରାଇ ସାରିଥିଲା।  ବଟଲର ଏବଂ ଓଭରଟନ୍ ପଡ଼ିଆରେ ଥିଲେ। ସେତେବେଳେ ଶାମି ବୋଲିଂ କରୁଥିଲେ।  ଏହି ଓଭରର ତୃତୀୟ ବଲରେ ବଟଲର୍ ଛକା ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବଲକୁ ଠିକ୍ ଭାବରେ ଟାଇମିଙ୍ଗ କରିପାରି ନଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ସୀମାରେ ଅତି ସହଜରେ କ୍ୟାଚ୍ ନେଇଥିଲେ।