ବଡ଼ ଖବର : ରୋହିତ ଶର୍ମା ହେଲେ ଆଘାତ ପ୍ରାପ୍ତ, ସେମିଫାଇନାଲ ଖେଳିବା ପାଇଁ ଫିଟ୍ ଅଛନ୍ତି କି ହିଟମ୍ୟାନ୍ ? ପଢ଼ନ୍ତୁ ରିପୋର୍ଟ

 

କ୍ରିକେଟ ଖବର : ସେମିଫାଇନାଲ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ହେଲେ ଆହତ। ମଙ୍ଗଳବାର ଦିନ ଅଭ୍ୟାସ କରୁଥିବା ସମୟରେ ବଲ୍ ବାଜି ହେଲେ ଆହତ। ଇଂଲଣ୍ଡ ସହିତ ଆସନ୍ତା ଗୁରୁବାର ଟି-20 ବିଶ୍ୱକପର ସେମିଫାଇନାଲ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ତେବେ ଅଭ୍ୟାସ ସମୟର ଅଧିନାୟକ ରୋହିତ ଶର୍ମା ଆହତ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି ଯେ, ରୋହିତଙ୍କ ଡାହାଣ ହାତରେ ବଲ୍ ବାଜିବା କାରଣରୁ ସେ ଆହତ ହୋଇଛନ୍ତି । 

ତେବେ ଏହି ଆଘାତ ଏତେ ଗୁରୁତର ନାହିଁ ବୋଲି ଟିମର ଫିଜିଓ ଗଣମାଧ୍ୟମକୁ କହିଛନ୍ତି। ତେବେ ମେଡିକାଲ ଟିମର ଚିକିତ୍ସା ପରେ ପୁଣିଥରେ ଅଭ୍ୟାସ ମୈଦାନକୁ ଫେରିଛନ୍ତି ରୋହିତ। ତେବେ ବଲ ବାଜିବା ପରେ ରୋହିତ ଶର୍ମା କିଛି ସମୟ ପାଇଁ ଅଭ୍ୟାସ ଛାଡି ନେଟ୍ସ ଭିତରେ ବସି ରହିଥିଲେ । ତେବେ ଏହି ସମୟ ମଧ୍ୟରେ ମେଡିକାଲ ଟିମର ଚିକିତ୍ସା ପରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି ରୋହିତ । 

ଚଳିତ ଟି-20 ବିଶ୍ୱକପରେ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ 5 ଟି ମ୍ୟାଚରୁ 4ଟି ମ୍ୟାଚରେ ବିଜୟ ହାସଲ କରିଛି। ଏହା ସହ ଦଳ ସେମିଫାଇନାଲରେ ଏଣ୍ଟ୍ରି କରିଛି। ତେବେ ଚଳିତବର୍ଷର ବିଶ୍ୱକପରେ ରୋହିତ ସେଭଳି ଦମଦାର ପ୍ରଦର୍ଶନ କରିନଥିବା ବେଳେ କିନ୍ତୁ ବିରାଟ କୋହଲି , ଅର୍ଶଦୀପ ସିଂ ଓ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ରହିଛନ୍ତି।