IND vs SA: ପରାଜୟ ପରେ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ଭୂବନେଶ୍ୱର କୁମାର, କହିଲେ ଭୁଲ ହେଉଛି ସତ ମାତ୍ର...

 

କ୍ରିକେଟ ଖବର : ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦୁଇଟି ମ୍ୟାଚ ଖେଳା ସରିଛି। ଏହି ଦୁଇ ମ୍ୟାଚରେ ଭାରତକୁ ହରାଇଛି ଟିମ୍ ଦକ୍ଷିଣ ଆଫ୍ରିକା। ପ୍ରଥମ ମ୍ୟାଚ ୭ ୱିକେଟରେ ଆଉ ଦ୍ୱିତୀୟ ମ୍ୟାଚ୍ ୪ ୱିକେଟରେ ହାରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଟି-ଟ୍ୱେଣ୍ଟି ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଭୁବନେଶ୍ୱର କୁମାର ତାଙ୍କ ଖରାପ ଅଧିନାୟକତ୍ୱ ପାଇଁ ଅଧିନାୟକ ଋଷଭ ପନ୍ତଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି ।

କଣ କହିଲେ ଭୁବି ? 

ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ୨୧୧ ର ଏକ ବଡ଼ ସ୍କୋର କରିଥିଲା, କିନ୍ତୁ ଶେଷରେ ଖରାପ ବୋଲିଂ ହେତୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । ଗତ ୨୪ ଟି ବଲରେ ଦକ୍ଷିଣ ଆଫ୍ରିକା ଦଳ ୫୬ ରନ୍ ଆବଶ୍ୟକ କରିଥିଲା କିନ୍ତୁ ସେମାନେ ମାତ୍ର ୧୯ ଟି ବଲରେ ଏହି ସ୍କୋର କରିଥିଲେ ଏବଂ ଭାରତର ବିଜୟ ଛଡ଼ାଇ ନେଇଥିଲେ।

ଯେତେବେଳେ ଜଣେ ସାମ୍ବାଦିକ ଋଷଭ ପନ୍ତଙ୍କ ଖରାପ ଅଧିନାୟକତ୍ୱ ଉପରେ ଭୁବିଙ୍କୁ ପଚାରିଥିଲେ, ସେହି ସମୟରେ ଭୁବନେଶ୍ୱର କୁମାର କହିଥିଲେ ଯେ,ଠିକ ଅଛି ବର୍ତ୍ତମାନ ସେ ଯୁବ ଅଧିନାୟକ ଅଟନ୍ତି ,ଏହା ତାଙ୍କର ଅଧିନାୟକ ଭାବରେ ପ୍ରଥମ ସିରିଜ, ଏମିତି ସମସ୍ତଙ୍କ ସହ ହୋଇଥାଏ । ମୁଁ ନିଶ୍ଚିତ ଯେ ଆଗାମୀ ମ୍ୟାଚ ଗୁଡ଼ିକରେ ସେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଆଉ ଦଳକୁ ବିଜୟ ପ୍ରଦାନ କରିବେ।