IPL ଛାଡି ଆଉ ସବୁବେଳେ ଏହି ଖେଳାଳିଙ୍କ ଫିଟନେସ୍ ସମସ୍ୟା, ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ହେଲା କରୋନା

 

କ୍ରିକେଟ୍ ଖବର : ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଆଉ ପ୍ରଥମ ମ୍ୟାଚ୍ ରେ ଭାରତର ବିଜୟ ମଧ୍ୟ ହୋଇଛି। କିନ୍ତୁ ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା।

ଭାରତୀୟ ତାରକା କେ.ଏଲ୍ ରାହୁଲ କରୋନା ପଜିଟିଭ୍ ବୋଲି ଜଣାପଡିଛି । ସୌରଭ ଗାଙ୍ଗୁଲି ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଟିମ୍ ଇଣ୍ଡିଆର ତାରକା ଖେଳାଳି କେ.ଏଲ୍ ରାହୁଲଙ୍କ ଅସୁବିଧା ସରିବାର ନାଁ ହିଁ  ନେଉନାହିଁ ।

ନିକଟରେ ଏକ ସଫଳ ଅସ୍ତ୍ରୋପଚାରରୁ ସୁସ୍ଥ ହେବା ପରେ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଥିଲେ । ଫିଟନେସ୍ ଆଧାରରେ ତାଙ୍କୁ ଟି -୨୦ ଦଳରେ ଚୟନ କରାଯାଇଥିଲା । କିନ୍ତୁ ଏବେ ତାଙ୍କ କରୋନା ପଜିଟିଭ୍ ହେବାର ଖବର ଆସୁଛି ।  ଏହାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହା ନିଶ୍ଚିତ କରିଛନ୍ତି ।

ଗତ କିଛି ମାସ ଧରି ସେ ଫିଟନେସ୍ ସମୟ ଦେଇ ଗତି କରୁଛନ୍ତି, କେବଳ IPL ବେଳେ ସେ ସୁସ୍ଥ ରୁହନ୍ତି, ତେବେ ବର୍ତମାନ ସେ କୋରୋନା ପଜିଟିଭ ବୋଲି ଜଣା ପଡିଛି ।