IND vs WI: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ବିଜୟ ପରେ ବି ଅଧିନାୟକ ରୋହିତ ଚିନ୍ତିତ, କହିଲେ ଆମର ଗୋଟିଏ ଭୁଲ ହେଉଛି...

 

କ୍ରିକେଟ୍ ଖବର : ୱେଷ୍ଟଇଣ୍ଡିଜ୍ ଯାତ୍ରା ଆରମ୍ଭ କରିବା ପରଠାରୁ ଭାରତୀୟ କ୍ରିକେଟ୍ ଦଳ ଥରେ ବି ପରାଜୟର ସମ୍ମୁଖୀନ ହୋଇ ନାହିଁ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରି ୬୮ ରନର ଏକ ବୃହତ ବିଜୟ ହାସଲ କରିଛି। ଏହି ପ୍ରଥମ ମ୍ୟାଚ୍ ବିଜୟୀ ପରେ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ । 

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ବୋର୍ଡରେ ୧୯୦ ରନ୍ କରିଥିଲା। ଏହି କାରଣରୁ, ୧୯୧ ରନ ର ଧାର୍ୟ୍ୟ ଲକ୍ଷ୍ୟକୁ ଫଲୋ କରି କାରିବିଆଇ ଦଳ ୮ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ ସ୍କୋର କରିଥିଲେ । ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜର ପ୍ରତିକ୍ରିୟା ଦେଇଛନ୍ତି  । 

ଏମିତି ଥିଲା ମ୍ୟାଚ୍ ସ୍ଥିତି : 

ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିଲା, ସେତେବେଳେ ଦଳ ଏକ ସରପ୍ରାଇଜ ଆଣିଥିଲା। ୱେଷ୍ଟଇଣ୍ଡିଜ ବନାମ ଭାରତ ମ୍ୟାଚରେ ସୂର୍ୟ୍ୟକୁମାର ଯାଦବ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପେନ କରିବାକୁ ଆସିଥିଲେ। ସେପଟେ ଶ୍ରେୟସ୍ ଆୟର, ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଯଥାକ୍ରମେ ୦, ୧୪ ଏବଂ ୧ ସ୍କୋର କରିଥିଲେ ବେଶି ଖାସ ଅଧିକ କିଛି କରିପାରି ନଥିଲେ। ଏହି ସମୟରେ ରୋହିତ ଶର୍ମା ୬୪ ରନର ଚମତ୍କାର ଇନିଂସ ଖେଳିଥିଲେ ଏବଂ ଶେଷରେ ଦୀନେଶ କାର୍ତ୍ତିକ ବିସ୍ଫୋରକ ଶୈଳୀରେ  ୪୧ ରନ ସ୍କୋର କରି ଭାରତର ରନ ସ୍କୋରକୁ ୧୯୦ ରନକୁ ନେଇଥିଲେ। 

୧୯୦ ରନର ଏକ ବିରାଟ ଟାର୍ଗେଟକୁ କବଜା କରିବାକୁ ଯାଇ ୱେଷ୍ଟଇଣ୍ଡିଜ୍ ଦଳ ଆରମ୍ଭରୁ ଖରାପ ଖେଳିଥିଲା। ଭାରତର ବୋଲିଂ ଷ୍ଟ୍ରାଇକ୍ ଆୟୋଜକଙ୍କୁ ରନ୍ ସଂଗ୍ରହ କରିବା ପାଇଁ କୌଣସି ସୁଯୋଗ ଦେଇ ନଥିଲା। ରବିଚନ୍ଦ୍ରନ ଅଶ୍ୱିନ, ଅର୍ଶଦୀପ ସିଂ ଏବଂ ରବି ବିଷ୍ଣୁ ନିଜ ଖାତାରେ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ଯୋଡିଛନ୍ତି। ଏହା ବ୍ୟତୀତ ଭୁବନେଶ୍ୱର କୁମାର ଏବଂ ରବିନ୍ଦ୍ର ଜାଡେଜାଙ୍କୁ ୧-୧ ୱିକେଟ୍ ମିଳିଛି।

କାହିଁକି ଦଳ ଉପରେ ଅସନ୍ତୁଷ୍ଟ ଅଧିନାୟକ ରୋହିତ : 

ଅଧିନାୟକ ଭାବରେ ରୋହିତ ଶର୍ମା ଅନ୍ତର୍ଜାତୀୟ ମ୍ୟାଚରେ ଅତି କମରେ ୩୦ ଟି ମ୍ୟାଚରେ ସର୍ବାଧିକ ସଫଳତା ହାସଲ କରିଛନ୍ତି। ମ୍ୟାଚ୍ ପରେ ଯେତେବେଳେ ଭାରତୀୟ ଅଧିନାୟକଙ୍କ ସହ କଥାବାର୍ତ୍ତା ହୋଇଥିଲା ସେତେବେଳେ ସେ କହିଥିଲେ ଯେ ଦଳର ଉନ୍ନତି ହେବା ଆବଶ୍ୟକ। ଦଳ ଆହୁରି ଉନ୍ନତି କରିବ। 

ଆମେ ଜାଣିଛୁ ଏହା ଟିକେ କଠିନ ଥିଲା, ଆରମ୍ଭରେ ବଡ଼ ସଟ ଖେଳିବା ସହଜ ନଥିଲା। ସେଟ୍ ହୋଇଥିବା ଯୁବ ଖେଳାଳି ଅଧିକ ସମୟ କ୍ରିଜରେ ରହି ଖେଳିବା ଆବଶ୍ୟକ। ଯେତେବେଳେ ଆମେ ପ୍ରଥମ ୧୦ ଓଭର ସମାପ୍ତ କଲୁ, ଆମେ ଭାବି ନଥିଲୁ ଯେ ଆମେ ୧୯୦ ରେ ପହଞ୍ଚିବାରେ ସମର୍ଥ ହେବୁ । ଖେଳର ତିନୋଟି ଦିଗ ଅଛି, ଯାହାର ଉନ୍ନତି କରିବା ଆମକୁ ଦରକାର। ଆମେ କିଛି ଜିନିଷ ଚେଷ୍ଟା କରିବାକୁ ଚାହୁଁଥିଲୁ ଏବଂ ସାମଗ୍ରିକ ଭାବରେ ମୁଁ ଭାବିଲି ଏହା ଏକ ବଡ଼ ପ୍ରୟାସ । ଆମେ କିପରି ଆଗକୁ ବ ବଢିବୁ, ତାହାର ମୂଲ୍ୟାଙ୍କନ କରିବା ଆବଶ୍ୟକ।