Asia Cup ହାତଛଡା ହେବା ପରେ ଆଭେଶ ଖାନ୍ ବଦଳରେ ଏହି ଘାତକ ବୋଲର୍ କୁ ଦଳରେ ସାମିଲ କରିବେ ରୋହିତ

 

କ୍ରିକେଟ୍ ଖବର : ଜ୍ୱର ହେତୁ ଏସିଆ କପ୍ 2022 ସୁପର 4 ରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷରେ ଖେଳିନଥିବା ଭାରତ ପେସର ଆଭେଶ ଖାନଙ୍କୁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସର ଜଣେ ଫାଷ୍ଟ ବୋଲରଙ୍କୁ ସାମିଲ କରାଯିବ ବୋଲି ଆଲୋଚନା ହେଉଛି। ଦଳରେ ସାମିଲ ହେବାକୁ ଥିବା ଏହି ବୋଲର ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିବାରେ ଉସ୍ତାତ। 

ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆ ଦଳରେ ଆଭେଶ ଖାନଙ୍କ ସ୍ଥାନରେ ଦୀପକ ଚହର ସାମିଲ ହେବେ। ଆଭେଶଙ୍କ ଜ୍ୱର ଭଲ ହୋଇନାହିଁ ଏବଂ ସେ ସାଇନସ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ପାଇଛନ୍ତି ଯାହା ରୋଗ ପରବର୍ତ୍ତୀ ଅବସ୍ଥାରେ ବୃଦ୍ଧି ପାଇଛି।

ଟୁର୍ଣ୍ଣାମେଣ୍ଟରେ ଆଉ ଭାଗ ନେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଦୀପକ ଚହର ପୂର୍ବରୁ ସେଠାରେ ଅଛନ୍ତି ଏବଂ ତାଙ୍କୁ ମୁଖ୍ୟ ଦଳରେ ଡ୍ରାଫ୍ଟ କରାଯିବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତେବେ ଭାରତ ଏସିଆ କପ ରୁ ବାଦ ପଡିଛି, ଗତକାଲି ଆଫଗାନିସ୍ତାନ ର ପରାଜୟ ସହ ଭାରତର ଫାଇନାଲ କୁ ଯିବାର ଟିକିଏ ବାଟ ମଧ୍ୟ ବନ୍ଦ ହୋଇଯାଇଛି ।