T-20 ବିଶ୍ୱକପରେ ବୁମରାଙ୍କ ସହ ଏହି 3 ଜଣ ବୋଲରଙ୍କୁ ନିର୍ଧୂମ ଛେଚିବେ ଆସିଫ ଅଲି, କଲେ ବଡ଼ ଚ୍ୟାଲେଞ୍ଜ

 

କ୍ରିକେଟ ଖବର : ପାକିସ୍ତାନ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ଆସିଫ ଅଲି ଟି -20 ବିଶ୍ୱକପ ଆରମ୍ଭ ପୂର୍ବରୁ ବିରୋଧୀ ଦଳର ବୋଲରମାନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ଅଲି ନିକଟରେ ଶେଷ ହୋଇଥିବା ଏସିଆ କପରେ ଭାରତ ବିପକ୍ଷରେ ଏକ ମ୍ୟାଚ୍ ଜିତିବା ଭଳି ଇନିଂସ ଖେଳିଥିଲେ ଯେଉଁଥିରେ ସେ ଦ୍ରୁତ ବୋଲରମାନଙ୍କୁ ଟାର୍ଗେଟ କରିଥିଲେ। ଆଉ ସଫଳ ବି ହୋଇଥିଲେ। ଏଥି ସହିତ, ଟି -20 ବିଶ୍ୱକପର କିଛି ସପ୍ତାହ ପୂର୍ବରୁ ଆସିଫ ଅଲି ଚାରିଟି ଭିନ୍ନ ଦଳର ଦ୍ରୁତ ବୋଲରଙ୍କୁ ଟାର୍ଗେଟ କରି ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି।

ଆସିଫ ଅଲି ଏହି ବୋଲରମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି :

ବାସ୍ତବରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଆସିଫ ଅଲି ତାଙ୍କ ଆତ୍ମବିଶ୍ୱାସ ଆଧାରରେ ବିରୋଧୀ ଦଳର ବୋଲରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।  ସେ କହିଛନ୍ତି ଯେ ଚାରି ଜଣ ବୋଲରଙ୍କ ବଲରେ ଚାରିଟି ଛକା ମାରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସୂଚନା ଯେ, ଏମାନଙ୍କ ମଧ୍ୟରୁ ଦୁଇଜଣ ବୋଲର ବିଶ୍ୱ ପ୍ରସିଦ୍ଧ ବୋଲର ତାଲିକାରେ ଅନ୍ତର୍ଭୁକ୍ତ।

ଆସିଫ କହିଛନ୍ତି ଯେ, "ମୋର ଲକ୍ଷ୍ୟ ହେଉଛି ମିଚେଲ ଷ୍ଟାର୍କ, ଜସପ୍ରୀତ ବୁମ୍ରା, କାଗିସୋ ରାବାଡା ଏବଂ ମୁସ୍ତାଫିଜ ରହମାନ ଆଗାମୀ ଟି -20 ବିଶ୍ୱକପରେ ଯେତେବେଳେ ଡେଥ୍ ଓଭରରେ ପକାଇବେ , ସେହି ସମୟରେ ମୁଁ ଅତି କମରେ ଚାରିଟି ଛକା ମାରିବା"। ମୁ ନେଟସ ରେ ସବୁବେଳେ 150 ଛକା ମାରେ ଏବଂ ଅଭ୍ୟାସ କରେ, ମୋର ନିଜ ଉପରେ ବିଶ୍ୱାସ ଅଛି ।