ଦେଖନ୍ତୁ ଭିଡ଼ିଓ: ମାରିବା ପାଇଁ ବ୍ୟାଟ ଦେଖାଇବା ପାକିସ୍ତାନ କୁ ପଡିଲା ମାହାଙ୍ଗା, ଷ୍ଟାଡିୟମ ରେ ଆଫଗାନି ଦର୍ଶକ ପାକିସ୍ତାନୀଙ୍କୁ ପିଟିଲେ

 

କ୍ରିକେଟ୍ ଖବର : ଯେତେବେଳେ ବି କୌଣସି ଦଳ ପାକିସ୍ତାନ ସହିତ ମ୍ୟାଚ୍ ଖେଳନ୍ତି, ସେତେବେଳେ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ, ଯେଉଁ କାରଣରୁ ଅନେକ ଖେଳାଳି ହଠାତ୍ ଆଲୋଚନାକୁ ଆସନ୍ତି। ଆଜିକାଲି ସଂଯୁକ୍ତ ଆରବ ଏମିରେଟ୍ସରେ ଏସିଆ କପ୍ ୨୦୨୨ ଖେଳାଯାଉଛି ଏବଂ ଏହି ଟୁର୍ନାମେଣ୍ଟର ଶେଷ ମ୍ୟାଚ୍ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଛି ଯେଉଁଥିରେ ପାକିସ୍ତାନ ଗୋଟିଏ ୱିକେଟରେ ମ୍ୟାଚ ଜିତିଛି ।

ଏହି ମ୍ୟାଚ୍ ସମୟରେ ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକ ନିରାଶ ହୋଇଥିଲେ। ଆଉ ପାକିସ୍ତାନ କ୍ରିକେଟ୍ ଦଳକୁ ତିରସ୍କାର କରୁଛନ୍ତି। ଘଟଣାକ୍ରମ ଏହା ଯେ, ଯେତେବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ଦଳ ବ୍ୟାଟିଂ କରୁଥିଲା, ଫରିଦ ଅହମ୍ମଦ ମଲିକ ସେହି ସମୟରେ ୧୯ ତମ ଓଭରର ପଞ୍ଚମ ବଲରେ ଅସିଫ ଅଲ୍ଲୀଙ୍କୁ କରିମ ଜନନାଟଙ୍କ ଦ୍ୱାରା କ୍ୟାଚ ଆଉଟ କରିଥିଲେ । 

ଏହା ପରେ ଫରିଦ ଏବଂ ଅନ୍ୟ ଆଫଗାନିସ୍ତାନ ଖେଳାଳିମାନେ ଉତ୍ସବ ଆରମ୍ଭ କରିଥିଲେ । ଫରିଦ ଅହମ୍ମଦ ମଲିକ ଆଉଟ୍ କରିବା ଆସିଫ ଅଲି ଆଦୌ ପସନ୍ଦ କରୁନଥିଲେ । କାରଣ ଆସିଫ ଅନୁଭବ କରିଥିଲେ ଯେ ବର୍ତ୍ତମାନ ପାକିସ୍ତାନ ଦଳ ହାରିଯିବ। ଏହି କାରଣରୁ ଆସିଫ ଆଫଗାନିସ୍ତାନର ଦ୍ରୁତ ବୋଲର ଫରିଦଙ୍କ ସହ ଭିଡି ଯାଇଥିଲେ। ସେତେବେଳେ ଉଭୟ ଆଫଗାନିସ୍ତାନ ଏବଂ ପାକିସ୍ତାନର ଖେଳାଳିଙ୍କୁ ସେହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିବାକୁ ପଡିଲା।

ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ-ଭୋଲଟେଜ୍‌ ଡ୍ରାମା। ବରଦାସ୍ତ ହେଲାନି ହାର୍‌। ଷ୍ଟାଡିୟମ ଭିତରେ ହିଁ ହାରାଇ ବସିଲେ ନିୟନ୍ତ୍ରଣ। ଚେୟାର ଉଠାଇ ଦୁଇ ଦେଶର ପ୍ରଶଂସକ ପରସ୍ପର ଭିତରେ ହେଲେ ପିଟାପଟି। ପଡ଼ିଆରେ ମ୍ୟାଚ ସରିବା ପରେ ଷ୍ଟାଡ଼ିୟମ ଗ୍ୟାଲେରୀରେ ମୁହାଁମୁହିଁ ହୋଇଛନ୍ତି ୨ ଦେଶର ସମର୍ଥକ। ଆଉ ଷ୍ଟାଡିୟମକୁ ଭଙ୍ଗାରୁଜା କରିଛନ୍ତି ଦର୍ଶକ । ଏହି ସମସ୍ତ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶୋଏବ ଅଖତର ଭିଡ଼ିଓ ସେୟାର କରି କଣ କହିଲେ : 

ଏହି ପୂରା ଘଟଣାର ଭିଡିଓକୁ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଶୋଏବ ଅଖତର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ଆଫଗାନିସ୍ତାନ ପ୍ରଶଂସକମାନେ ଏହା କରୁଛନ୍ତି। ଅତୀତରେ ମଧ୍ୟ ସେ ଅନେକ ଥର ଏଭଳି କରି ସାରିଛନ୍ତି। ଏହା ଏକ ଖେଳ ଏବଂ ଏହାକୁ ସଠିକ୍ ଭାବନା ​​ସହିତ ଖେଳିବା ଏବଂ ଗ୍ରହଣ କରିବା ଉଚିତ୍। ଯଦି ଆପଣମାନେ ଖେଳରେ ଆଗକୁ ବଢ଼ିବା ପାଇଁ ଚାହାନ୍ତି ତେବେ ଆପଣଙ୍କ ଫ୍ୟାନ୍‌ ଓ ଖେଳାଳି ଉଭୟଙ୍କୁ କିଛି ଜିନିଷ ଶିଖିବା ନିହାତି ଆବଶ୍ୟକ ରହିଛି।'