ଦେଖନ୍ତୁ ଭିଡ଼ିଓ: ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସ୍କୁଟର ଚଳାଇଲେ ରୋହିତ, ପ୍ରଶଂସକ କହିଲେ , "ପଡିକି ଇଂଜୁରୀ କରନି, ନଚେତ...
କ୍ରିକେଟ୍ ଖବର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆର ମହା କ୍ରିକେଟ୍ ସମର " ଏସିଆ କପ୍ 2022"। ଆଜି ଏହି ବଡ଼ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଆଉ ଆସନ୍ତାକାଲି ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଆଉ ପାକିସ୍ତାନ।
ତେବେ ଏହାରି ମଧ୍ୟରେ ବିସିସିଆଇ ଏକ ଭିଡ଼ିଓ ସେୟାର କରିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରାକ୍ଟିସ୍ ମ୍ୟାଚରେ ପଡ଼ିଆରେ ୱଆନ୍ ଲେଗ ସ୍କୁଟର ଚଳାଉଛନ୍ତି। ଏହି ସ୍କୁଟର ସାହାଯ୍ୟରେ ରୋହିତ ସମ୍ପୂର୍ଣ୍ଣ ପଡ଼ିଆ ବୁଲିଥିଲେ।
ତେବେ ଯେତେବେଳେ ବିସିସିଆଇ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲା, ତାହା ସଂଗେ ସଂଗେ ଭାଇରାଲ୍ ହୋଇଗଲା। ଆଉ କ୍ରିକେଟ୍ ପ୍ରଶଂସକ ରୋହିତଙ୍କୁ ବହୁତ ଉପଦେଶ ଦେଇଛନ୍ତି।
ସୁଜାଲ ନାମକ ଜଣେ ୟୁଜର୍ କହିଛନ୍ତି ଯେ, " ରୋହିତ ଭାଇ ଗାଡି ଚଲାଇ ତଳେ ପଡିଯାଓ ନାହିଁ, ନଚେତ୍ ଏସିଆ କପ୍ ଆଉ ଟି-20 ବିଶ୍ୱକପ ଖେଳିବା କଷ୍ଟ ହୋଇଯିବ। ଆହୁରି ଅନେକ ୟୁଜର୍ ବିଭିନ୍ନ କଥା ଏହି ଭିଡ଼ିଓ ଦେଖିବା ପରେ କହିଛନ୍ତି।