କ୍ରିକେଟ ଜଗତ କୁ ପୁଣି ଏକ ଝଟକା, ୪୬ ବର୍ଷ ବୟସରେ ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ମୃତ୍ୟୁ, ପଢନ୍ତୁ ରିପୋର୍ଟ

 
andrew-symonds

ଅଷ୍ଟ୍ରେଲୀୟ କ୍ରିକେଟର ସେନ ୱାର୍ନଙ୍କ ପରେ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ସାଇମଣ୍ଡସ ଙ୍କ ମୃତ୍ୟୁ ପରେ କ୍ରିକେଟ୍ ଦୁନିଆ ଏବଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ । ସାଇମଣ୍ଡ ଶନିବାର ରାତିରେ କୁଇନ୍ସଲାଣ୍ଡ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।

andrew symonds

ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ ଅନୁଯାଇ ଟାଉନ୍ସଭିଲ୍ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ହେର୍ଭି ରେଞ୍ଜରେ ଏହି ଦୁର୍ଘଟଣା ଘଟିଥିଲା। ଡାକ୍ତରମାନଙ୍କ କହିବା ଅନୁଯାଇ ଯେତେବେଳେ ସାଇମଣ୍ଡସଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।  

ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ସାଇମଣ୍ଡସଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରିନଥିଲେ। ସାଇମଣ୍ଡସ୍ ଧ୍ରୁତ ଗତିରେ କାର ଚଳାଉଥିବା ବେଳେ କାରଟି ଓଲଟି ଯିବାରୁ ସେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି।