IND vs WI: Retired Hurt ହେବା ପରେ ରୋହିତ ଶର୍ମା ନିଜର ଆଘାତ ବିଷୟରେ ଦେଲେ ବଡ଼ ବୟାନ, ପଢନ୍ତୁ ରିପୋର୍ଟ

 
rohit sharma retired hurt against wi

କ୍ରିକେଟ୍ ଖବର : ତୃତୀୟ ଟି -20 ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।  ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ 7 ୱିକେଟରେ ଜିତିଛି। ଏହା ସହ ଭାରତୀୟ ଦଳ 5 ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ 2-1 ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଭାରତ ସମ୍ମୁଖରେ 165 ରନର ଟାର୍ଗେଟ ରଖିଥିଲା, ଆଉ ଟିମ୍ ଇଣ୍ଡିଆ ଏହାକୁ ମାତ୍ର 19 ଓଭରରେ ଜିତି ନେଇଥିଲା।

ଏହି ମ୍ୟାଚରେ ଭାରତୀୟ ଦଳର ବିଜୟର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ। ଯାଦବ 44 ବଲରେ 76 ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।  ତେବେ ଗୋଟିଏ ପଟେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ ହାସଲ କରିଥିବା ବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ଭାରତୀୟ ଦଳର ଚିନ୍ତା ବଢ଼ାଇ ଦେଇଛି। ବ୍ୟାଟିଂ ସମୟରେ ରୋହିତ ଶର୍ମାଙ୍କ ମାଂସପେଶୀରେ ଷ୍ଟ୍ରେନ୍ ହୋଇଥିଲା।  ମ୍ୟାଚ୍ ପରେ ରୋହିତ ଆଶା ପ୍ରକଟ କରିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ।

ରୋହିତ ହେଲେ ଆଘାତ :

rohit retired hurt

ରୋହିତ ଶର୍ମା ବ୍ୟାଟିଂ ସମୟରେ ତାଙ୍କ ପିଠି ମାଂସପେଶୀରେ ଚାପଗ୍ରସ୍ତ ହୋଇଥିଲେ, ଯେଉଁଥିପାଇଁ ସେ ଖେଳରୁ ରିଟେଡ଼ ହର୍ଟ ନେଇଥିଲେ।  ଯାହାକୁ ନେଇ ସେ କହିଥିଲେ ଯେ ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ଆମ ହାତରେ କିଛି ଦିନ ଅଛି, ଆଶା କରୁଛି ମୁଁ ଭଲ ହୋଇଯିବି। ଏହା ସହିତ ସେ ଦଳର ଖେଳାଳିମାନଙ୍କୁ ମ୍ୟାଚରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ।

ମ୍ୟାଚ୍ ବିଜୟୀ ହେବା ପରେ କଣ କହିଲେ ରୋହିତ :

ଅଧିନାୟକ ରୋହିତ କହିଲେ ଯେ, "ମୁଁ ଏହି ସମୟରେ ଭଲ ଅନୁଭବ କରୁଛି। ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ଆମର କିଛି ଦିନ ଅଛି, ତେଣୁ ଆଶା କରୁଛି ସେତେବେଳକୁ ମୁଁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବି। ଆମେ ମଧ୍ୟମ ଓଭରରେ ଭଲ ବୋଲିଂ କରିଥିଲୁ। ମୁଁ ଭାବିଲି ଆମେ ପିଚ୍ ଏବଂ ସର୍ତ୍ତଗୁଡିକର ଉତ୍ତମ ବ୍ୟବହାର କରିଛୁ।

ସେ ଆହୁରି ମଧ୍ୟ କହିଲେ "ଆମେ ଏହି ଲକ୍ଷ୍ୟକୁ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କଲୁ। ଯେତେବେଳେ ତୁମେ ଭଲ ଆରମ୍ଭ କର, ଏହା ଆପେ ଆପେ ବଡ ଆଉ ଭଲ ଇନିଂସରେ ପରିଣତ ହୋଇଯିବ। ଆଜି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏହା କରିଥିଲେ। ଯେକୌଣସି ଟି -20 ମ୍ୟାଚରେ 30-40 ରନ୍ ଭଲ କିନ୍ତୁ ଯେତେବେଳେ ଆପଣ 70-80 ରନ୍ ସ୍କୋର କରନ୍ତି, ଦଳ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ। ସୂର୍ଯ୍ୟ ଚମତ୍କାର ବ୍ୟାଟିଂ କରି ଆୟରଙ୍କ ସହ ଏକ ଭଲ ଭାଗିଦାରୀ ବାଣ୍ଟି କରିଥିଲେ।"