IND vs ENG: ପରାଜୟ ପରେ ରୋହିତ ଶର୍ମା କହିଲେ ହାରିବାର କାରଣ "IPL ଫୋଲୋ ଅଫ ଖେଳିଛନ୍ତି ଆମ ଖେଳାଳି ଏବଂ...

 

କ୍ରିକେଟ ଖବର : ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ଆଡିଲେଡ୍ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଆଇସିସି ଟି -20 ବିଶ୍ୱକପ 2022 ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଠାରୁ 10 ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି।  ଭାରତର 169 ରନର ଟାର୍ଗେଟକୁ ଫଲୋ କରି ଇଂଲଣ୍ଡ ଦଳର ଓପେନର୍ ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦମଦାର୍ ଖେଳ ପ୍ରଦର୍ଶନ କରିଥିଲେ। ଏ ଦୁହେଁ ଅର୍ଦ୍ଧଶତକୀୟ ଇନିଂସ ଖେଳି 4 ଓଭର ବାକି ରଖି ମ୍ୟାଚ ଜିତାଇଥିଲେ।

ମ୍ୟାଚ ହାରିବା ପରେ କଣ କହିଲେ ରୋହିତ :

ଭାରତ ହାରିବାରେ ଅସନ୍ତୋଷ ବ୍ୟକ୍ତ କରି ରୋହିତ କହିଛନ୍ତି ଯେ ଆମର ବୋଲିଂ ଭଲ ନୁହେଁ ଏବଂ ଖେଳାଳିମାନେ ନକ୍ଆଉଟ୍ ମ୍ୟାଚର ଚାପକୁ ସମ୍ଭାଳି ପାରିଲେ ନାହିଁ। ତେଣୁ ଆମେ ମ୍ୟାଚ ହାରିଗଲୁ। 

ରୋହିତ ଆହୁରି ବି କହିଛନ୍ତି ଯେ, ଏହା ଅତ୍ୟନ୍ତ ନିରାଶାଜନକ। ଆମେ ଭଲ ବ୍ୟାଟିଂ କରିଥିଲୁ କିନ୍ତୁ ଆମର ବୋଲିଂ ଭଲ ନଥିଲା। ଏହା ନିଶ୍ଚିତ ଭାବେ ଖେଳ ନୁହେଁ ଯେ, କୌଣସି ୱିକେଟ୍ ନ ଯାଇ ଏକ ଦଳ 16 ଓଭରରେ ବିଜେତା ହେଉଛି। ଆଜି ଆମେ ବୋଲିଂରେ ଭଲ କରିପାରିଲୁ ନାହିଁ । ଯେତେବେଳେ ନକ୍ଆଉଟ୍ ମ୍ୟାଚ୍ କଥା ଆସେ, ମୁଖ୍ୟ କଥା ହେଉଛି ଚାପକୁ ନିୟନ୍ତ୍ରଣ କରିବା। ଏହା ବ୍ୟକ୍ତିଗତ ଭାବରେ ଖେଳାଳିଙ୍କ ଉପରେ ନିର୍ଭର କରେ। 

ସେ ଆହୁରି ବି କହିଛନ୍ତି ଯେ, ଆପଣ ଚାପକୁ ନିୟନ୍ତ୍ରଣ କରିବାକୁ କାହାକୁ ଶିଖାଇ ପାରିବେ ନାହିଁ। ଯେତେବେଳେ ଏହି ଖେଳାଳୀମାନେ ଆଇପିଏଲ୍ ପ୍ଲେ ଅଫ୍ ଖେଳନ୍ତି, ସେମାନେ ମଧ୍ୟ ଉଚ୍ଚ ଚାପରେ ମ୍ୟାଚ୍ ଖେଳନ୍ତି ଏବଂ ଏହି ଖେଳାଳୀ ଚାପକୁ ସହ୍ୟ କରିବାକୁ ସକ୍ଷମ ଅଟନ୍ତି। କିଛି ଖେଳାଳି ଜାଣନ୍ତି ଏହି ଚାପକୁ କିପରି ସମ୍ଭାଳିବେ, କିଛି କରନ୍ତି ନାହିଁ। ଆରମ୍ଭରେ ଆମେ ଟିକେ ନର୍ଭସ ଥିଲୁ, କିନ୍ତୁ ଆମ ବ୍ୟାଟ୍ସମ୍ୟାନ ଆଜି ଭଲ ଖେଳିଲେ। ବୋଲିଂ ଆମର ଦୁର୍ବଳତା ରହିଲା।