IND vs SA: ଭାରତର ଲଜ୍ଜାଜନକ ପରାଜୟ ପରେ ହରଭଜନ ସିଂ କହିଲେ, ପନ୍ତଙ୍କୁ ନୁହଁ ଏହି ଖେଳାଳିଙ୍କୁ ଅଧିନାୟକ କର

 

କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବୋଲର ହରଭଜନ ସିଂ ନିକଟରେ ଭାରତୀୟ ଦଳର ଅଧିନାୟକଙ୍କ ବିଷୟରେ ନିଜର ମତ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଦର୍ଶନ କୁ ଦେଖି ସେ ପନ୍ତଙ୍କ ବଦଳରେ ଆଉ ଜଣେ ଖେଳାଳି ଙ୍କୁ ଅଧିନାୟକ ଭାବରେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ।

ହରଭଜନ ସିଂ କାହାକୁ ଅଧିନାୟକ କରିବାକୁ ଚାହାନ୍ତି ?

ଭାରତୀୟ କ୍ରିକେଟ୍ ଦଳର ଭବିଷ୍ୟତ ଅଧିନାୟକ ଭାବରେ ହରଭଜନ ସିଂ ନିକଟରେ IPL 2022 ବିଜେତା ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ।

ଇଣ୍ଡିଆନ୍ ପ୍ରିମିୟର ଲିଗର ଚଳିତ ବର୍ଷର ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ହରଭଜନ ସିଂ କାଫି ପ୍ରଭାବିତ ହୋଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବୋଲର ହରଭଜନ ସିଂ ଭବିଷ୍ୟତରେ ଦଳର ଗୁରୁଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବା କଥା କହିଛନ୍ତି ।