ଭାରତୀୟ ପୂର୍ବ କ୍ରିକେଟରଙ୍କ ବଡ଼ ଚେତାବନୀ, ଭାରତୀୟ ଦଳର ବିଜୟ ରଥକୁ ରୋକିବ ଆଫଗାନିସ୍ତାନ, କରୁଛି ବଡ଼ ପ୍ଲାନ୍

 

କ୍ରିକେଟ ଖବର : ଆଫଗାନିସ୍ତାନ ଦଳ ଏସିଆ କପରେ ଏକ ଭଲ ଖେଳ ପ୍ରଦର୍ଶନ କରି ସୁପର ୪ ରେ ପହଞ୍ଚିବାରେ ପ୍ରଥମ ଦଳ ହୋଇପାରିଛି ।  ଦଳ ଟୁର୍ନାମେଣ୍ଟର କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ଏହି ସଫଳତା ହାସଲ କରିଛି । ଆଫଗାନିସ୍ତାନ ପ୍ରଥମେ ଶ୍ରୀଲଙ୍କା ଦଳକୁ ପରାସ୍ତ କରିଥିଲା ଏବଂ ପରେ ବାଂଲାଦେଶ ବିପକ୍ଷରେ ମଧ୍ୟ ଖେଳି ମ୍ୟାଚ୍ ଜିତିଛି। ବର୍ତ୍ତମାନ ଏହି ଦଳ ସୁପର ୪  ରେ ଭାରତ ଏବଂ ପାକିସ୍ତାନ ପାଇଁ ଏକ ବିପଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

ଭାରତର ପୂର୍ବତନ କ୍ରିକେଟର ଅଜୟ ଜାଡେଜା ମଧ୍ୟ ଆଫଗାନିସ୍ତାନର ଖେଳ ଶୈଳୀକୁ ପ୍ରଶଂସା କରିଛନ୍ତି। ଆଉ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଦଳକୁ ଚେତାବନୀ ବି ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣ ମାନେ ଜମାରୁ ବି ଆଶ୍ଚର୍ଯ୍ୟ ହେବେ ନି , କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଦଳ ଫାଷ୍ଟ କ୍ଲାସ୍ ଖେଳ ଖେଳୁଛି। ବ୍ୟାଟିଂ ସହିତ ମଧ୍ୟ ଦର୍ଶାଇଛନ୍ତି ଯେ ଓପନର୍ମାନେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଖେଳିପାରିବେ। ଭାରତ କିମ୍ବା ପାକିସ୍ତାନ ଦଳ ସତର୍କ ରୁହ, ସେମାନେ ଆସି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି। ଏମିତିକି ଭାରତ ବିଜୟ ରଥରେ ବ୍ରେକ ଲଗାଇ ପାରି ଆଫଗାନିସ୍ତାନ ବୋଲି କହିଛନ୍ତି ଜାଡେଜା। 

କ୍ରିକବଜ୍ ବିଷୟରେ ଅଜୟ ଜାଡେଜା କହିଛନ୍ତି, ସୁପର ୪ ରେ ଏହି ଯୁବକମାନେ (ଆଫଗାନିସ୍ତାନ) ସହିତ ଖେଳିବାବେଳେ ଦଳମାନେ ସତର୍କ ହେବା ଉଚିତ୍। ଯେତେବେଳେ ତୁମେ ସୁପର ୪ ରେ ଏହି ଯୁବକମାନଙ୍କ ବିପକ୍ଷରେ ଖେଳିବ, ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ଯଦି ସେମାନେ ଏକ ବଡ଼ ଦଳକୁ ପରାସ୍ତ କରନ୍ତି।  ତାଙ୍କର ବଡ ଶକ୍ତି ଅଛି, ସେ ଜାଣନ୍ତି ଯେ ସେ କ’ଣ ବୋଲିଂ ଆଉ ବ୍ୟାଟିଂ କରିବେ।